ବୌଦ୍ଧ: ପୋଲିସ ଓ ଗଞ୍ଜେଇ ମାଫିଆଙ୍କ ଭିତରେ କାରବାରକୁ ନେଇ ଅଡିଓ ଭାଇରାଲ୍ ଘଟଣାରେ ବୌଦ୍ଧ ପୋଲିସ ପ୍ରଶାସନରେ ସୃଷ୍ଟି ହୋଇଛି ବଡ଼ ଧରଣର ହଇଚଇ। ପ୍ରମୁଖ ଗଣମାଧ୍ୟମ ‘ନ୍ୟୁଜ୍ ୭’ରେ ଏହି ସମ୍ବେଦନଶୀଳ ଖବର ପ୍ରସାରିତ ହେବା ପରେ ତୁରନ୍ତ ଆକ୍ସନ ମୋଡକୁ ଆସିଛନ୍ତି ବୌଦ୍ଧ ଏସ କୁଲଦୀପ ମୀନା। ଜିଲ୍ଲା ପୋଲିସ ବିଭାଗରେ ଇନ୍ସପେକ୍ଟର ଓ ଏଏସ୍ଆଇ (ASI) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ୩ ଜଣ ଥାନା ଅଧିକାରୀ (IIC) ଏବଂ ୩ ଜଣ ଫାଣ୍ଡି ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଛି।
ଅଦଳବଦଳର ସମ୍ପୂର୍ଣ୍ଣ ତାଲିକା
ଆଦର୍ଶ ଥାନା: ରଞ୍ଜିତ୍ ମୁନିଙ୍କୁ ବୌଦ୍ଧ ଆଦର୍ଶ ଥାନାର ନୂତନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।
ପୁରୁଣାକଟକ ଥାନା: ବବିତା ସାହୁଙ୍କୁ ପୁରୁଣାକଟକ ଥାନାର ନୂଆ ଆଇଆଇସି ଭାବେ ନିଯୁକ୍ତି ମିଳିଛି।
ଜିଲ୍ଲା ମୁଖ୍ୟାଳୟକୁ ବଦଳି: ଆଦର୍ଶ ଥାନାର ପୂର୍ବତନ ଅଧିକାରୀ ନଳିନୀକାନ୍ତ ଦାସ ଏବଂ ଏଏସ୍ଆଇ ପ୍ରାଣବନ୍ଧୁ ସାହୁଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ଗଞ୍ଜେଇ କାରବାରରେ ପୋଲିସର ସଂପୃକ୍ତିକୁ ନେଇ ଆସିଥିବା ଅଭିଯୋଗକୁ ଏସ୍ପି ଅତ୍ୟନ୍ତ ଗାମ୍ଭୀର୍ଯ୍ୟର ସହ ନେଇଛନ୍ତି। ପୋଲିସ ବିଭାଗର ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ଘଟଣା କ’ଣ ?
ନିକଟରେ ଗଞ୍ଜେଇ ମାଫିଆଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ମନମୁଣ୍ଡା ଥାନାର ନାର ପୂର୍ବତନ ଥାନାଧିକାରୀ ସସ୍ମିତା ମଗର ନିଲମ୍ବିତ ମଗର ନିଲମ୍ବିତ ହୋଇଥିଲେ । ଏହି ଘଟଣାର କିଛିଦିନ ପରେ ପୁଣି ଏକ ଭାଇରାଲ ଅଡିଓକୁ ନେଇ ଜିଲ୍ଲା ପୁଲିସର ସ୍ବଚ୍ଛତା ଉପରେ ପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭାଇରାଲ ଅଡିଓ ଅନୁଯାୟୀ, ୟୀ, ହରଭଙ୍ଗା ବ୍ଳକ ଜଗନ୍ନାଥ ସଡ଼କର ହାଟଗାଁ ଛକ ନିକଟରେ ରେ ଗୋଟିଏ ଗାଡ଼ିରୁ ପ୍ରାୟ ୧କ୍ସିଣ୍ଟାଲ ୨୦କେଜି ଗଞ୍ଜେଇ ଜବତ ହୋ ହୋଇଥିଲା। ଗଞ୍ଜେଇ କାରବାର ଅଭିଯୋ ଯାଗରେ ୨% ୨ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଥିଲା। ତେବେ, ଭାଇରାଲ ଅଡିଓରର ଆଲୋଚନାରୁ ଯାହା ବୁଝାପଡ଼ୁଛି ଏଥିରେ ୪ଜଣ ପୁଲିସ କର୍ମଚାରୀ ସାମିଲ ଥିଲେ। ଅଡିଓରେ ଗଞ୍ଜେଇ ଛାଡ଼ିବା ପାଇଁ ‘ସାହେବ’ ୪ ଲକ୍ଷ ଟଙ୍କା ନେଣଦେଣ ନେଣ ପାଇଁ ବାରମ୍ବାର କଥାବାର୍ଭା ହେଉଥିବା ଶୁଣିବାକୁ ମିଳୁଛି। ଏହି ଅଡିଓରେ ସାହେବ କିଏ, ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ରହିଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପୁଲିସ ଡିଜିପି ସମ୍ବଲପୁର ରେଞ୍ଜ ଆଇଜିଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଗତ ଜୁଲାଇ ୧୮ତାରିଖ ରାତିରେ ହାଟଗାଁରେ ଗଞ୍ଜେଇ ଚଢ଼ଉ ବେଳେ ପୁଲିସ ଉପରେ ଆକ୍ରମଣ ହୋଇଥିଲା । ଘଟଣାରେ ୩ଜଣ ପୁଲିସ ନିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ କେତେଜ ତଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣା ସହ ଭାଇରାଲ କଲ୍ ରେକର୍ଡିଂର ସମ୍ପର୍କ ନେଇ ନଇ ମଧ୍ୟ ତଦନ୍ତ ହେବାର ଆବଶ୍ୟକତା ରହିଛି। ଅନ୍ୟ ପଟେ ଘଟଣାକୁ ନେଇ ବୌଦ୍ଧ ଏସପି କୂଳଦୀପ ମୀନା ତଦନ୍ତ ଆରମ୍ଭ କରିଥିଲେ।
