Voice of Eastern India

ଓଡ଼ିଶାରେ ୨,୭୮୦ କୋଟି ଟଙ୍କାର ଶିଳ୍ପ ନିବେଶ: ଖୋଲିବ ୧୪ ହଜାରରୁ ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ, ମଞ୍ଜୁର ହେଲା ୧୪ଟି ପ୍ରକଳ୍ପ


ଭୁବନେଶ୍ୱର: ‘ସମୃଦ୍ଧ ଓଡ଼ିଶା ୨୦୩୬’ର ସ୍ୱପ୍ନକୁ ସାକାର କରିବା ଦିଗରେ ରାଜ୍ୟ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟରେ ଶିଳ୍ପ ବିକାଶ ଓ ନିଯୁକ୍ତି ସୃଷ୍ଟି ପ୍ରକ୍ରିୟା ଆହୁରି ଦ୍ରୁତଗାମୀ ହୋଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୯ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ବୈଠକରେ ୨,୭୮୦.୧୦ କୋଟି ଟଙ୍କାର ୧୪ଟି ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ମୋଟ ୧୪,୧୦୪ ଜଣ ଯୁବକଯୁବତୀଙ୍କ ପାଇଁ ନୂତନ ରୋଜଗାର ସୁଯୋଗ ସୃଷ୍ଟି ହେବ। ଏହି ନିବେଶ ପ୍ରସ୍ତାବଗୁଡ଼ିକ ଅନୁଗୋଳ, ବଲାଙ୍ଗୀର, କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଭଳି ବିଭିନ୍ନ ଜିଲ୍ଲାରେ ସ୍ଥାପିତ ହେବ।

କେଉଁ କ୍ଷେତ୍ରରେ କେତେ ନିବେଶ ଓ ନିଯୁକ୍ତି?

ଫୁଡ୍ ପ୍ରୋସେସିଂ ଓ ଆଗ୍ରୋ: ଖୋର୍ଦ୍ଧା/କଟକରେ ହାଲଦିରାମ ସ୍ନାକ୍ସ ୫୦୦ କୋଟି ଟଙ୍କା ନିବେଶରେ ଏକ ୟୁନିଟ୍ ପ୍ରତିଷ୍ଠା କରିବ। ଏଠାରେ ପ୍ରାୟ ୮୦୦ ନିଯୁକ୍ତି ସୃଷ୍ଟି ହେବ। ତିୱାନା ନ୍ୟୁଟ୍ରିସନ୍ ୧୪୦ କୋଟି ଟଙ୍କା ବ୍ୟୟରେ ଗୋ-ଖାଦ୍ୟ ପ୍ଲାଣ୍ଟ ତିଆରି କରିବ ଏଠାରେ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ ଏବଂ ପ୍ରିମିୟମ୍ ଚିକ୍ ଫିଡ୍ସ ୧୦୫.୩୮ କୋଟି ଟଙ୍କା ନିବେଶରେ କୁକୁଡ଼ା ଖାଦ୍ୟ ପ୍ରକଳ୍ପ (୧,୦୫୪ ନିଯୁକ୍ତି) ସ୍ଥାପନ କରିବ।

ବସ୍ତ୍ର ଓ ପୋଷାକ ଶିଳ୍ପ: ଢେଙ୍କାନାଳରେ ସାହାନା କ୍ଲୋଦିଂ କମ୍ପାନୀ ୨୫୧.୪୫ କୋଟି ଟଙ୍କା ନିବେଶରେ ପୋଷାକ ତିଆରି କାରଖାନା ନିର୍ମାଣ କରିବ, ଯେଉଁଥିରୁ ସର୍ବାଧିକ ୫,୧୦୪ ନିଯୁକ୍ତି ସୃଷ୍ଟି ହେବ। ବଲାଙ୍ଗୀରରେ ପ୍ରତିମା ଆଗ୍ରୋ ସ୍ପିନିଂ ମିଲ୍ ୧୨୫ କୋଟି ଟଙ୍କାର ସୂତା ପ୍ରକ୍ରିୟାକରଣ ୟୁନିଟ୍ (୪୦୦ ନିଯୁକ୍ତି) ବସାଇବ।

Also Read: ମହାନଦୀ ଜଳ ବିବାଦ ନେଇ ଆସିଲା ବଡ଼ ଅପଡେଟ୍, ସମାଧାନ ପାଇଁ ଚାଲିଛି ବୈଷୟିକ ତର୍ଜମା

କେମିକାଲ୍ସ ଓ ଫାର୍ମା: ଗଞ୍ଜାମରେ ପ୍ରାସୋଲ କେମିକାଲ୍ସ ୪୫୦ କୋଟି (୪୫୮ ନିଯୁକ୍ତି), ସୁନ୍ଦରଗଡ଼ରେ ନ୍ୟୁ ଜେନେରେସନ ମାନୁଫାକ୍ଚରିଂ ୮୦ କୋଟି (୩୦୧ ନିଯୁକ୍ତି) ଏବଂ ନୂଆପଡ଼ାରେ ହାସଭାନ୍ ରସାୟନ ୫୫ କୋଟି ଟଙ୍କା (୭୦ ନିଯୁକ୍ତି) ନିବେଶ କରିବେ।

ଇଲେକ୍ଟ୍ରୋନିକ୍ସ ଓ ମେଡିକାଲ୍ ଡିଭାଇସ୍: ଖୋର୍ଦ୍ଧାରେ ସିର୍ମା ଏସଜିଏସ ଟେକ୍ନୋଲୋଜି ୩୦୦ କୋଟି ଟଙ୍କା ନିବେଶରେ PCB ଆସେମ୍ବଲି ୟୁନିଟ୍ (୫୦୦ ନିଯୁକ୍ତି) ଏବଂ ଶସ୍ତାସୁନ୍ଦର ହେଲଥବଡି ୫୬ କୋଟି ଟଙ୍କାର ମେଡିକାଲ ଉପକରଣ କାରଖାନା (୧,୦୫୦ ନିଯୁକ୍ତି) ଗଢ଼ିତୋଳିବେ।

ଧାତବ ଓ ଭିତ୍ତିଭୂମି: କେନ୍ଦୁଝରରେ ମହାତ୍ରିପୁରସୁନ୍ଦରୀ ମିନେରାଲ୍ସ ୧୬୦ କୋଟି (୧,୪୬୦ ନିଯୁକ୍ତି), କଟକରେ ଶ୍ରୀ ଜଗନ୍ନାଥ ଇସ୍ପାତ ୯୦.୯୪ କୋଟି (୨୩୦ ନିଯୁକ୍ତି) ଏବଂ ଢେଙ୍କାନାଳରେ NKS ଆର୍ଥବିଲ୍ଡ ୬୦.୯୮ କୋଟି ଟଙ୍କା ନିବେଶ କରିବେ। ଏଥିସହିତ ଅନୁଗୋଳରେ ମହାନଦୀ କୋଲଫିଲ୍ଡସ (MCL) ୪୦୫.୩୫ କୋଟି ଟଙ୍କା ବ୍ୟୟରେ ରେଳ ସାଇଡିଂ ବିକଶିତ କରିବ।



Source link

Leave A Reply

Your email address will not be published.