ବଲାଙ୍ଗୀର: ହାତୀଙ୍କ ଉତ୍ପାତ ବଢ଼ାଇଲା ଭୟ। ବଲାଙ୍ଗୀର ଜିଲ୍ଲାର ଘୁଁନସର ଓ ମୁରିବାହାଲ ଅଞ୍ଚଳରେ ହାତୀଙ୍କ ଉପଦ୍ରବ ଯୋଗୁ ଅଞ୍ଚଳରେ ଲୋକେ ଏବେ ଭୟଭୀତ। ବିଶେଷ କରି ଘୁଁନସର ଓ ଏହାର ଆଖପାଖ ଗାଁରେ ୩୦ରୁ ଅଧିକ ହାତୀଙ୍କ ଚଳପ୍ରଚଳ କରୁଥିବା ବେଳେ, ହାତୀପଲ ଚାଷ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ସେପଟେ ମୁରିବାହାଲ ରେଞ୍ଜ୍ର କୁମ୍ଭାରୀ ଗାଁରେ ୧୬ ଟିକିଆ ହାତୀପଲ ପଶି ଘର ଭାଙ୍ଗିବା ସହ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଏମିତିରେ ହାତୀଙ୍କୁ ଘଉଡ଼ାଇବା ସହ କ୍ଷୟକ୍ଷତିର ଶୀଘ୍ର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଚାଷୀ।
ସେପଟେ ହାତୀ ଚଳପ୍ରଚଳ କରୁଥିବା ସମୟରେ ଜଙ୍ଗଲ ଓ ଚାଷଜମି ନିକଟକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି। ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡ଼ିକରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କତା ଜାରି କରାଯାଉଛି।
Also Read: ବିଡିଓଙ୍କୁ ଟେକି ଫିଙ୍ଗିଦେଲା ହାତୀ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
