ସୁନ୍ଦରଗଡ଼ ୧୯।୦୮ : ଆଜି ବି ସ୍କୁଲ ଛୁଟି । ଲଗାଣ ବର୍ଷା ଲାଗି ସ୍କୁଲ ଛୁଟି ଘୋଷଣା କଲା ପ୍ରଶାସନ । ୨ୟ ଦିନ ପାଇଁ ଦଶମ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ।
ଖବର ଅନୁଯାୟୀ, ଜିଲ୍ଲାରେ ଲାଗିରହିଛି ବର୍ଷା । ଆଗକୁ ମଧ୍ୟ ବର୍ଷା ଜାରି ରହିବ । ସେଥିପାଇଁ ଆଗକୁ ପଦକ୍ଷେପ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶମ ଶ୍ରେଣୀ ଯାଏଁ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଏହାସହିତ ସମସ୍ତ କଲେଜକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମଙ୍ଗଳବାର ଦିନ ମଧ୍ୟ ଲଗାଣ ବର୍ଷା ଲାଗି ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଲଗାଣ ବର୍ଷା ଲାଗି ଲଗାତର ଦୁଇ ଦିନ ଧରି ବନ୍ଦ ରହିବ ସ୍କୁଲ ।
Also Read:-ବିବାହ ପରେ ରେଜିଷ୍ଟ୍ରି ଅଫିସରୁ ପ୍ରେମିକ ଫେରାର ! ୮ ବର୍ଷର ପ୍ରେମ ପାଇଁ ଥାନାରେ ପ୍ରେମିକା
ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ସମ୍ଭାବ୍ୟ ସମସ୍ୟାକୁ ନଜରରେ ରଖି ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ସେହିପରି ଆବଶ୍ୟକ ପଡିଲେ ଛୁଟିର ଅବଧିକୁ ବୃଦ୍ଧି କରାଯିବ ବୋଲି ମଧ୍ୟ ସୂଚନା ମିଳିଛି । ସେହିପରି ଲଗାଣ ବର୍ଷା ଲାଗି ରାଜ୍ୟ କିଛି ଅଞ୍ଚଳରେ ସ୍କୁଲ ଛୁଟି ଘୋଷଣା କରାଯାଇଛି ।
Watch Video:-
