ନୂଆଦିଲ୍ଲୀ ୧୭।୦୮; ଶ୍ରାବଣ ସୋମବାରରେ ବଡ଼ ଅଘଟଣ । ବିହାରର ଲଖିସରାଇରେ ଭୟଙ୍କର ଦୁର୍ଘଟଣା ଘଟିଛି । ମହାଦେବଙ୍କୁ ଜଳାଭିଷେକ କରିବାକୁ ଲଖିସାଇର ଅଶୋକଧାମ ମନ୍ଦିରରେ ପ୍ରବଳ ଭିଡ ଯୋଗୁଁ ଦଳଚକଟା ସ୍ଥିତି ଉପୁଜି । ଯେଉଁଥିରେ ୭ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି । ଏନେଇ ଲଖିସରାଇ ଡିଏମ୍ ଶୈଳେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ବ୍ୟାରିକେଟ୍ ଭାଙ୍ଗିବା ଯୋଗୁଁ ଦଳଚକଟା ସ୍ଥିତି ଉପୁଜିଥିଲା । ମୃତକଙ୍କ ମଧ୍ୟ ଅଧିକ ମହିଳା ଅଛନ୍ତି । ୧୨ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କହିଛନ୍ତି ଯେ, ”ଘଟଣା ସମୟରେ ମନ୍ଦିର ପରିସରରେ ବହୁ ସଂଖ୍ୟାରେ ଭିଡ଼ ଜମିଥିଲା। ଜଲାଭିଷେକ ପାଇଁ ଶ୍ରଦ୍ଧାଳୁମାନେ ଧାଡ଼ି ବାନ୍ଧିଥିଲେ। ଅନ୍ୟପକ୍ଷରେ ବିଦ୍ୟୁତ ତାର ପଡିବାରୁ ଲୋକମାନେ ଭୟଭୀତ ହୋଇ ଦୌଡିବାକୁ ଲାଗିଲେ, ଯାହା ଦଳାଚକଟା ପରିସ୍ଥିତି ସୃଷ୍ଟି କରିଥିଲା। ଅନେକ ମହିଳା ଭିଡ଼ରେ ଚାପି ହୋଇଯାଇଥିଲେ । ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ”ଘଟଣା ଖବର ପାଇବା ମାତ୍ରେ ପୋଲିସ, ପ୍ରଶାସନିକ ଅଧିକାରୀ ଓ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ତୁରନ୍ତ ଲଖିସରାଇ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଶ୍ରଦ୍ଧାଳୁଙ୍କ ଅବସ୍ଥା ଗୁରୁତର ରହିଛି । ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପ୍ରଶାସନ ଚେଷ୍ଟା କରୁଛି ।
ଅଘଟଣକୁ ନେଇ ଲଖିସରାଇ ଡିଏମ୍ ଶୈଳେନ୍ଦ୍ର କୁମାର କହିଛନ୍ତି, “ଭିଡ଼ ଅଚାନକ ଭାବରେ ବଢ଼ିଗଲା। ସକାଳ ପ୍ରାୟ ୬ଟା ୩୦ରୁ ୬ଟା ୪୫ ସମୟରେ, ଦୁଇଟି ଟ୍ରେନ୍ ଏଠାକୁ ଆସିଲା ଏବଂ ଏହା ମଧ୍ୟ ଭିଡ଼କୁ ଆହୁରି ବଢ଼ାଇ ଦେଲା । ଆମେ ଭିଡ଼ ଆଶା କରିଥିବା ପରି ବ୍ୟବସ୍ଥା କରାଯାଇଥିଲୁ । ଆମେ ଜାଣିବାକୁ ପାଇଲୁ ଯେ ଭିଡ଼ ଯୋଗୁଁ ଗୋଟିଏ ପାର୍ଶ୍ୱରେ ବ୍ୟାରିକେଡିଂ ଭାଙ୍ଗି ଯାଇଥିଲା ଏବଂ ଲୋକମାନେ ପରସ୍ପର ଉପରେ ପଡ଼ି ଯାଇଥିଲେ । ଆମେ ତୁରନ୍ତ ୧୦-୧୫ ଜଣଙ୍କୁ ଏଠାକୁ ପଠାଇଥିଲୁ। “ଲାଖିସରାଇର ପ୍ରସିଦ୍ଧ ମନ୍ଦିର- ଅଶୋକ ଧାମ ମନ୍ଦିର ବିହାରର ଲଖିସରାଇ ଜିଲ୍ଲାର ଏକ ପ୍ରସିଦ୍ଧ ମନ୍ଦିର । ପ୍ରତିବର୍ଷ ଶ୍ରାବଣ ମାସରେ ଏଠାରେ ଶ୍ରଦ୍ଧାଳୁମାନଙ୍କର ଏକ ଭିଡ଼ ହୋଇଥାଏ ।
