Voice of Eastern India

ମୁହଁ ଖୋଲିଲେ ବ୍ୟବସାୟୀ ନରେନ୍ଦ୍ର ସାହୁ, କହିଲେ କେମିତି ହୋଇଥିଲା ଅପହରଣ ?


ବଲାଙ୍ଗିର: ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଘଟଣାରେ ନୂଆ ଟ୍ବିଷ୍ଟ। ସାମ୍ନାକୁ ଆସିଛି ଅପହରଣ ପଛରେ ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ଲାକଡିଲ। ୨୦୧୯ରେ ରେଙ୍ଗାଲି ଠାରେ ଡାବୁ ଦେବା ପାଇଁ ଅଭିଯୁକ୍ତ କ୍ଷିତିଶ ସାହୁ ଏହି ଟଙ୍କା ଗୁଣ୍ଡା ସାହୁଙ୍କୁ ଦେଇଥିଲେ। କିନ୍ତୁ ତାହା ଫେରସ୍ତ ନକରିବାରୁ କ୍ଷିତିଶ ଯୋଜନାବଦ୍ଧ ଭାବେ ରଣ୍ଡା ଛକରୁ ଅପହରଣ କରିଥିବା ବଲାଙ୍ଗୀର ଏସ୍ପି ଘଟଣାର ପର୍ଦ୍ଦାଫାସ କରିଛନ୍ତି।

ସେପଟେ ହନୁମାନ ଟଙ୍କା ପାଇଁ ଏଭଳି ଘଟଣାକୁ ନେଇ ଉତ୍ତରାଞ୍ଚଳ ଆଇଜି ଉଭୟଙ୍କ ନାମରେ କେସ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି। ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ୪ ଜଣ ଏବେ ବି ଫେରାର ଅଛନ୍ତି।

Also Read: ମଦ ଦୋକାନ ସ୍ଥାନାନ୍ତର ଦାବି, ମହିଳାଙ୍କ ଆନ୍ଦୋଳନ ପରେ ବନ୍ଦ ହେଲା ଦୋକାନ

ଏହାରି ମଧ୍ୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଗୁଣ୍ଡା ସାହୁ। ସେ କହିଛନ୍ତି ‘‘ମତେ ମାଡ଼ ବହୁତ ମରା ଯାଇଛି। ଦେହ ମୁହଁ ସବୁଠି ଆଘାତ ଲାଗିଛି। କଥା ହେବା ମଧ୍ୟ ସମ୍ଭବ। ମୁଁ ଠିକରେ ଚାଲିମଧ୍ୟ ପାରିନାହିଁ। ତୁଳସୀ ନଗର ପଡ଼ାର ସଞ୍ଜିତ କୁମାର ବେହେରା ମତେ ଘରୁ ଡାକି ରଣ୍ଡା ଯାଏ ନେଇଥିଲେ ଆଉ ସେଠାରୁ ମତେ ଗାଡିରେ ନେଇ ଯାଇଥିଲେ। ପରେ ମାଡ଼ ମାରିଥିଲେ। ମୁ ସବୁ କହିବି ମତେ ସମୟ ଦିଅନ୍ତୁ। ପୋଲିସ ଯୋଗୁ ବଞ୍ଚିପାରିଛି’’ ବୋଲି କହିଛନ୍ତି ବ୍ୟବସାୟୀ ଗୁଣ୍ଡା ସାହୁ।



Source link

Leave A Reply

Your email address will not be published.