କୋଇଡ଼ା ୧୬।୦୮ : ଲଗାଣ ବର୍ଷାରେ ହାଲ୍ ବେହାଲ । ରାତିଅଧରେ ରୁକୁଡ଼ା ଡ୍ୟାମର ଚାରୋଟି ଗେଟ୍ ଖୋଲାଯାଇଥିଲା । ଯାହାଫଳରେ ଗୁରୁଣ୍ଡିଆ ବ୍ଲକର ଶିଶୁଡିହି, ଘଣ୍ଟପୋଷ ଗାଁ ଜଳମଗ୍ନ । ୮ଟି ଘର ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛି । ସେପଟେ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବେଶ ଲାଗି ଗଛରେ କଟୁଛି କିଛି ଲୋକଙ୍କ ଜୀବନ ।
ଖବର ଅନୁଯାୟୀ, ଦୁଇଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ଲାଗିରହିଛି ବର୍ଷା । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପକାଇଛି । ଉପଖଣ୍ଡର ଗୁରୁଣ୍ଡିଆ ବ୍ଲକର ଶିଶୁଡିହିର ଜଳପ୍ରଳୟ ଦେଖିବାକୁ ମିଳିଛି । ଗୁରୁଣ୍ଡିଆ ବ୍ଲକର ମୁସାପୋଷରେ ଥିବା ରୁକୁଡ଼ା ଡ୍ୟାମର ଚାରୋଟି ଗେଟ୍ ଖୋଲାଯାଇଛି । ଯାହାଫଳରେ ଶିଶୁଡ଼ିହି ଓ ଘଣ୍ଟପୋଷରେ ପାଣି ଘେରରେ ଅଛନ୍ତି ୮ ଟି ଘର l ସେଥିମଧ୍ୟରୁ ଦୁଇଟି ପରିବାରର ଲୋକ ଏବେ ବି ପାଣି ଘେରରେ ରହିଛନ୍ତି l ସକାଳୁ ବିନା ସୂଚନାରେ ହଠାତ ପାଣି ଛାଡ଼ିଥିଲା I ଯିଏ ଯେମିତି ପାରିଛନ୍ତି ଏପଟକୁ ଆସିଛନ୍ତି I ତାଙ୍କ ପାଖରେ ଖାଦ୍ୟ ନାହିଁ । ପ୍ରଶାସନିକ ସହାୟତାକୁ ଅପେକ୍ଷା କରିଛନ୍ତି ।
Also Read:-AUS vs BAN 1st Test : ଅଷ୍ଟ୍ରେଲିଆ ବିପକ୍ଷରେ ବାଂଲାଦେଶରେ ଐତିହାସିକ ବିଜୟ, ଘରୋଇ ମାଟିରେ ହାରିଲା କଙ୍ଗାରୁ ଟିମ୍
ତେବେ ଲୋକ ଶୋଇଥିବା ସମୟରେ ଗାଁ ଭିତରକୁ ପାଣି ପଶିଯାଇଛି । ପ୍ରାଣ ବିକଳରେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିଥିଲେ। ବନ୍ୟା ପାଣିରେ ଶିଶୁଡ଼ିହି ଓ ଘଣ୍ଟପୋଷର ୮ଟି ଘର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଦୁଇଟି ପରିବାରର ଲୋକେ ଗାଁରୁ ବାହାରି ନପାରି ଜୀବନ ବଞ୍ଚାଇବା ପାଇଁ ଗଛ ଉପରେ ଚଢ଼ି ଆଶ୍ରୟ ନେଇଛନ୍ତି। ଘରର ଆଶାବାପତ୍ର ଖାଦ୍ୟ ସାମଗ୍ରୀ ଭାସିଯାଇଥିବା ବେଳେ ବନ୍ୟାବିପନ୍ନଙ୍କ ପାଖରେ ଖାଇବାକୁ ଦାନାଟିଏ ବି ନାହିଁ।
ବିନା ସୂଚନାରେ ପାଣି ଛାଡ଼ିବା ପ୍ରଶାସନର ଗମ୍ଭୀର ଅବହେଳାକୁ ସୂଚାଉଛି। ଗଛ ଉପରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବିପନ୍ନଙ୍କ ପାଖରେ କେବେ ପ୍ରଶାସନିକ ସହାୟତା ପହଞ୍ଚୁଛି, ତାହା ଏବେ ଦେଖିବାକୁ ବାକି ରହିଲା।
Watch Video:-
