Voice of Eastern India

ଋଷିଆ-ୟୁକ୍ରେନ ନିବେଶ ସନ୍ଧି ବିବାଦ ସମାଧାନ କରିବେ ପୂର୍ବତନ CJI ଚନ୍ଦ୍ରଚୂଡ଼, ଗୁରୁଦାୟିତ୍ୱ ଦେଇଛନ୍ତି ପୁଟିନ


ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ.ଚନ୍ଦ୍ରଚୂଡ଼ଙ୍କୁ ଋଷିଆ ନିବେଶ ସନ୍ଧି ବିବାଦରେ ନିଜର ଆର୍ବିଟ୍ରେଟର ନିଯୁକ୍ତ କରିଛି। ଏହିବିବାଦ ୟୁକ୍ରେନର ସରକାରୀ ମାଲିକାନାଧୀନ ଓଶଚାଡ ବ୍ୟାଙ୍କ ଦ୍ୱାରା ରୁଜୁ ହୋଇଛି। ଗ୍ଲୋବାଲ ଆର୍ବିଟ୍ରେସନ ରିଭ୍ୟୁ ରିପୋର୍ଟରୁ ଏହି ସୂଚନା ସାମ୍ନାକୁ ଆସିଛି। ଏହି ବିବାଦର ଶୁଣାଣି ୧୯୯୮ର ୟୁକ୍ରେନ-ଋଷିଆ ଦ୍ୱିପାକ୍ଷୀୟ ନିବେଶ ସନ୍ଧି ଅନୁସାରେ ୩ ସଦସୀୟ ଆର୍ବିଟ୍ରଲ ଟ୍ରିବ୍ୟୁନାଲ ଦ୍ୱାରା କରାଯାଉଛି। କୋଷ୍ଟାରିକାର ପୂର୍ବତନ ବାଣିଜ୍ୟମନ୍ତ୍ରୀ ଡିୟାଲା ଜିମେନେଜ୍ ଙ୍କୁ ଉଭୟ ପକ୍ଷ ମିଳିତ ରୂପେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି।

ଅପରପଟେ ଗ୍ରୀକ ମଧ୍ୟସ୍ଥ ତଥା ନ୍ୟାସନାୟ ୟୁନିଭର୍ସିଟି ଅଫ ସିଙ୍ଗାପୁରର ପ୍ରଫେସର ଷ୍ଟାଭରୋସ ବ୍ରେକୋଲାକିସଙ୍କୁ ଓଶଚାଡ ବ୍ୟାଙ୍କ ନିଯୁକ୍ତ କରିଛି। ତେବେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କୁ ଋଷିଆ ନିଯୁକ୍ତ କରିଛି। ଓଶଚାଡ ବ୍ୟାଙ୍କର ଦାବି ହେଉଛି ତାର ଏହି ମାମଲା ଡୋନେଟସ୍କ,ଲୁହାନସ୍କ , ଖେରସନ ଓ ଜାପୋରିଜ୍ଜିୟାରେ ଥିବା ତାର ସମ୍ପତ୍ତି ଓ ଗତିବିଦ୍ଧି ସମ୍ପର୍କିତ। ୟୁକ୍ରେନୀୟ ସରକାରୀ ବ୍ୟାଙ୍କର କହିବା କଥା ହେଉଛି ୟୁକ୍ରେନ ଉପରେ ୨୦୨୨ ମସିହାରେ ଋଷିଆର ଆକ୍ରମଣ ପରେ ଏହି ସବୁକ୍ଷେତ୍ରରେ ଥିବା ତାର ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ଏଥିରୁ ମନେ କରାଯାଉଛି ଏହା କୋଟି କୋଟି ଟଙ୍କାର କ୍ଲେମ। ବାର ଆଣ୍ଡ ବେଞ୍ଚ ଅନୁସାରେ ଓଶଚାଡ ବ୍ୟାଙ୍କ ଏଥି ପାଇଁ ଋଷିଆକୁ ଜୁଲାଇ ୨୦୨୫ରେ ନୋଟିସ୍ ଦେଇଥିଲା। ଏ ବାବଦେ ଋଷିଆରୁ କୌଣସି ଜବାବ ନ ମିଳିବାରୁ ବ୍ୟାଙ୍କ ମଧ୍ୟସ୍ଥତା ପ୍ରକ୍ରିୟା ଆରମ୍ଭ କରିଛି।

ଏହି କାର୍ଯ୍ୟାନୁଷ୍ଠାନ ଋଷିଆର ସଂଘ ସରକାର ଓ ୟୁକ୍ରେନ ମନ୍ତ୍ରୀମଣ୍ଡଳ ମଧ୍ୟରେ ୧୯୯୮ ମସିହାରେ ହୋଇଥିବା ନିବେଶ ପ୍ରୋତ୍ସାହନ ଓ ପାରସ୍ପରିକ ସୁରକ୍ଷା ବୁଝାମଣା ଅନୁସାରେ ଆରମ୍ଭ ହୋଇଥିଲା। ଏହି ବିବାଦ ଓଶଚାଡ ବ୍ୟାଙ୍କର ସେହି ପିଛିଲା ମଧ୍ୟସ୍ଥ ପ୍ରକ୍ରିୟାରୁ ସମ୍ପୂର୍ଣ୍ଣ ପୃଥକ ଯାହାକୁ ୨୦୧୪ ମସିହାରେ କ୍ରିମିୟାକୁ ଋଷିଆ ନିଜ ନିୟନ୍ତ୍ରଣକୁ ନେବା ପରେ ବ୍ୟାଙ୍କର ଗତିବିଦ୍ଧି ଓ ସମ୍ପତ୍ତିକୁ ନେଇ ଆରମ୍ଭ ହୋଇଥିଲା। ପୁରୁଣା ମାମଲାରେ ପର୍ମାନେଣ୍ଟ କୋର୍ଟ ଅଫ ଆର୍ବିଟ୍ରେସନ ଅନୁସାରେ ଗଠିତ ଟ୍ରିବ୍ୟୁନାଲ ଋଷିଆକୁ ଅବୈଧ ଅଧିଗ୍ରହଣ ପାଇଁ ଦାୟି କରିଥିଲା ଏବଂ ଓଶଚାଡ ବ୍ୟାଙ୍କକୁ ସୁଧ ଓ ମଧ୍ୟସ୍ଥତା ବ୍ୟୟ ମିଶାଇ ପାଖାପାଖି ୧.୧ ବିଲିୟନ ଡଲାର କ୍ଷତିପୂରଣ ଦେଇଥିଲା।

ତେବେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଏହା ପୂର୍ବରୁ ଜର୍ମାନ ଏନର୍ଜୀ କମ୍ପାନୀ ୱିଣ୍ଟରଶଲ ଡି ଓ ୟୁକ୍ରେନ ସରକାରୀ ଏନର୍ଜୀ କମ୍ପାନୀ ଉକ୍ରେନର୍ଗୋ ସମ୍ପର୍କିତ ସନ୍ଧି ବିବାଦରେ ଋଷିଆ ପକ୍ଷରୁ ମଧ୍ୟସ୍ଥତା କରିବା ଲାଗି ପ୍ରସ୍ତାବକୁ ଟାଳି ଦେଇଥିଲେ। ତାଙ୍କୁ ପର୍ମାନେଣ୍ଟ କୋର୍ଟ ଅଫ ଆର୍ବିଟ୍ରେସନ ୱିଣ୍ଟରସଲ ଡିର କାର୍ଯ୍ୟାନୁଷ୍ଠାନରେ ନିଯୁକ୍ତି ପ୍ରାଧିକାରୀ ଭାବେ ନାମିତ ମଧ୍ୟ କରିଥିଲା। ତେବେ ଋଷିଆ ପକ୍ଷରୁ କରାଯାଇଥିବା ସମ୍ପର୍କ ବିଷୟରେ ଜଣାପଡିବାରୁ ସେ ଏହି ଭୂମିକାରୁ ହଟି ଯାଇଥିଲେ। ତେବେ ଓଶଚାଡ ବ୍ୟାଙ୍କ ମାମଲାରେ ଋଷିଆ ମଧ୍ୟସ୍ଥ ଭାବେ ତାଙ୍କ ନିଯୁକ୍ତି ଚନ୍ଦ୍ରଚୂଡ଼ଙ୍କ ପୂର୍ବ ଆଭିମୁଖ୍ୟରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖା ଯାଉଛି।



Source link

Leave A Reply

Your email address will not be published.