Voice of Eastern India

ପ୍ରେମ ପାଇଁ ସ୍ବାମୀକୁ ଛାଡ଼ିଥିଲେ ମହିଳା, ପ୍ରେମିକ ହିଁ ହତ୍ୟା କରି ସୁଟ୍‌କେସରେ ଭର୍ତ୍ତି କଲା 


ନୂଆଦିଲ୍ଲୀ:  ଜଣେ ୨୦ ବର୍ଷୀୟା ମହିଳା ନିଜ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ନୂଆ ସଂସାର ଗଢ଼ିବାକୁ ପଳାଇ ଯାଇଥିଲେ। କିନ୍ତୁ ଯେଉଁ ପ୍ରେମିକ ପାଇଁ ସେ ନିଜର ସବୁକିଛି ଛାଡ଼ି ଚାଲି ଯାଇଥିଲେ, ସେହି ପ୍ରେମିକ ହିଁ ତାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ଶବକୁ ଏକ ଟ୍ରଲି ସୁଟକେସରେ ପୂରାଇ ଗାଏବ ହୋଇଯାଇଥିଲା। ହତ୍ୟାକାଣ୍ଡର ପ୍ରାୟ ଦୁଇ ମାସ ପରେ ପୋଲିସ ବାରାଣସୀରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ତେବେ ମୃତ ମହିଳା ବିହାରର ନୱାଦା ଜିଲ୍ଲାର ।

ମୃତ ମହିଳାଙ୍କ ନାମ ଛୋଟୀ ଉପାଧ୍ୟାୟ। ସେ ପୂର୍ବରୁ ବିବାହିତା ଥିଲେ ହେଁ ନିଜ ଗାଁର ଯୁବକ ରିଷଭ କୁମାର ସିଂହଙ୍କ ପ୍ରେମରେ ପଡ଼ିଥିଲେ। ଛୋଟୀଙ୍କ ଜିଦ୍‌ ଯୋଗୁଁ ଦୁହେଁ ଗାଁ ଛାଡ଼ି ଦାଦ୍ରା ଓ ନଗର ହବେଳୀର ସିଲଭାସା ପଳାଇ ଯାଇଥିଲେ ଏବଂ ସେଠାରେ ବିବାହ କରିଥିଲେ। ତେବେ ଉଭୟଙ୍କ ପରିବାର ଏହି ବିବାହକୁ ଗ୍ରହଣ କରିନଥିଲେ। ଏପରିକି ଛୋଟୀଙ୍କୁ ଅପହରଣ କରାଯାଇଥିବା ନେଇ ରିଷଭଙ୍କ ବିରୋଧରେ ଏକ ମାମଲା (FIR) ମଧ୍ୟ ରୁଜୁ ହୋଇଥିଲା।

ବିବାହ ପରେ ଛୋଟୀ ନିଜ ଗାଁକୁ ଫେରିବା ପାଇଁ ରିଷଭଙ୍କୁ ବାଧ୍ୟ କରୁଥିଲେ, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଜୁନ୍ ୯  ତାରିଖ ସକାଳେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସନ୍ଧ୍ୟା ସମୟରେ ରାଗିଯାଇ ରିଷଭ ଛୋଟୀଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଅପରାଧ ଲୁଚାଇବାକୁ ରିଷଭ ଶବକୁ ଦଉଡ଼ିରେ ବାନ୍ଧି ଏକ ସୁଟକେସ ଭିତରେ ପୂରାଇ ଦେଇଥିଲା।

ଏହାପରେ ରୁମରେ ତାଲା ପକାଇ ସେ ବାରାଣସୀ ପଳାଇ ଯାଇଥିଲା ଏବଂ ନିଜର ପରିଚୟ ବଦଳାଇ ଏକ ବେସରକାରୀ କମ୍ପାନୀରେ ଶ୍ରମିକ ଭାବରେ କାମ କରିଥିଲା। ଅଗଷ୍ଟ ୩ ତାରିଖରେ (ପ୍ରାୟ ଦୁଇ ମାସ ପରେ) ଘରମାଲିକ ରୁମଟିକୁ ଅନ୍ୟ ଜଣଙ୍କୁ ଭଡ଼ାରେ ଦେବା ପାଇଁ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ବାଥରୁମରେ ରଖାଯାଇଥିବା ଏକ ସୁଟକେସରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବାରୁ ସେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସୁଟକେସ୍ ଖୋଲିବା ପରେ ପଚିଯାଇଥିବା ଶବ ଉଦ୍ଧାର ହୋଇଥିଲା।

Also Read: ଡ୍ରାଇଭିଂ ଶିଖୁଥିଲେ ୪୨ ବର୍ଷୀୟା ମହିଳା, ପୋଖରୀ ଭିତରେ ପଶିଗଲା କାର୍‌; ଚାଲିଗଲା ଜୀବନ

ତଦନ୍ତ ସମୟରେ ଉତ୍ତର ପ୍ରଦେଶ ପୋଲିସକୁ ସୂଚନା ମିଳିଥିଲା ଯେ, ରିଷଭ ବାରାଣସୀରେ ନାମ ବଦଳାଇ ଲୁଚି ରହିଛି। ଗୁପ୍ତ ସୂଚନା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବାରାଣସୀର ଏକ ବେସରକାରୀ ସଂସ୍ଥାରେ ଚଢ଼ାଉ କରି ଅଭିଯୁକ୍ତ ରିଷଭକୁ ଗିରଫ କରିଛି।



Source link

Leave A Reply

Your email address will not be published.