Voice of Eastern India

ଶ୍ରାବଣ ସୋମବାରରେ ଅଘଟଣ, ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ଭାସିଗଲେ କାଉଡିଆ


ଅନୁଗୋଳ ୧୦।୦୮ : ଶ୍ରାବଣ ସୋମବାରରେ ଅଘଟଣ । ଅନୁଗୋଳରେ ଜଳାଭିଷେକ ପାଇଁ ପାଣି ଉଠାଇବା ବେଳେ ଲିଙ୍ଗରା ନାଳରେ ଭାସିଗଲେ ଦୁଇ କାଉଡ଼ିଆ। ଟିପରସିଂହା ମନ୍ଦିରରେ ଜଳାଭିଷେକ ପାଇଁ ପାଣି ନେବାକୁ ଯାଇଥିବା ବେଳେ ଘଟିଛି ଏହି ଅଘଟଣ ।

ତେବେ ଭାସିଯାଇଥିବା ଦୁଇ ଭାଇଙ୍କ ମଧ୍ୟରୁ ସ୍ମୃତି ସୌରଭ ରଥଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଅନ୍ୟପଟେ, ବେନ୍ତପୁର ଗାଁର ଆୟୁଷ କୁମାର ରଥ ଏବେ ବି ନିଖୋଜ ଅଛନ୍ତି। ତାଙ୍କୁ ଉଦ୍ଧାର କରିବା ପାଇଁ ଅନୁଗୋଳ ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ତେବେ ଏପର୍ଯ୍ୟନ୍ତ ଆୟୁଷଙ୍କ କୌଣସି ପତ୍ତା ମିଳିନାହିଁ।

Also Read:-ଗିରଫ ହେଲେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ, ଘରକୁ ଡାକି ୩୩ ବର୍ଷୀୟ ଅଭିନେତ୍ରୀଙ୍କୁ କରୁଥିଲେ ଦୁଷ୍କର୍ମ !



Source link

Leave A Reply

Your email address will not be published.