Voice of Eastern India

Cancer ଆକ୍ରାନ୍ତ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ, ଚତୁର୍ଥ ଷ୍ଟେଜକୁ ପହଞ୍ଚିଛି ରୋଗ


ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନୀ ତଥା ତତ୍କାଳୀନ ଫାଷ୍ଟ ଲେଡି ଜିଲ୍ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟକୁ ନେଇ ଦେଶବାସୀଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିଲ କହିଛନ୍ତି ଯେ ୮୩ ବର୍ଷ ବୟଷ୍କ ଜୋ ପ୍ରୋଷ୍ଟେଟ କ୍ୟାନସରରେ ଆକ୍ରାନ୍ତ ହୋଇଛନ୍ତି ଓ ତାଙ୍କ ରୋଗ ଏବେ ଚତୁର୍ଥ ଷ୍ଟେଜକୁ ପହଞ୍ଚିଯାଇଛି। ଏଣୁ ଏବେ ସେ ଯେଉଁ ପର୍ଯ୍ୟନ୍ତ ଜୀବିତ ରହିବେ ସେ ରୋଗ ସହିତ ବଞ୍ଚିବେ। ତେବେ ଅସୁସ୍ଥତା ସତ୍ତ୍ୱେ ସେ ସମ୍ପୂର୍ଣ୍ଣ ସକ୍ରିୟ ଅଛନ୍ତି ଓ ନିର୍ଦ୍ଧାରିତ କାର୍ଯ୍ୟକ୍ରମମାନଙ୍କରେ ଯୋଗ ଦେଉଛନ୍ତି। ତେବେ ପୂର୍ବାପେକ୍ଷା ତାଙ୍କ ରିକୋଭରି ଧିମେଇ ଯାଇଛି।

ଏକ ଆଲୋଚନାରେ ଜିଲ ବାଇଡେନ କହିଛନ୍ତି ଯେ ଯେବେ ଜୋ ରାଷ୍ଟ୍ରପତି ପଦବୀରେ ଥିଲେ ତେବେ ରାତିରେ ତାଙ୍କୁ ଟୟଲେଟ୍ ଯିବାକୁ ପଡୁଥିଲା। ସେତେବେଳେ ଡାକ୍ତର ଓ ହେଲଥ୍ ଏକ୍ସପର୍ଟ ତାଙ୍କ ଉପରେ ପୁରା ନଜର ରଖି ରହୁଥିଲେ। ୨୦୨୫ରେ ହ୍ୱାଇଟହାଉସ୍ ଛାଡିବା ପରେ ବି ତାଙ୍କର ଏହି ସମସ୍ୟା ଦୂର ହୋଇନଥିଲା। ଏଣୁ ତାଙ୍କୁ ଏକ୍ସପର୍ଟ ୟୁରୋଲଜିଷ୍ଟଙ୍କୁ ଭେଟିବାକୁ ପରାମର୍ଶ ଦେଇଥିଲି। ଡାକ୍ତରଙ୍କ ସହ ପ୍ରଥମ ସାକ୍ଷାତରେ କିଛି ଅସାଧାରଣ ସଂକେତ ମିଳିଥିଲା। ଏହା ପରେ ତାଙ୍କର ବାୟୋପସୀ ଓ ପେଟ ସ୍କାନ କରାଯାଇଥିଲା। ସ୍କାନ ରିପୋର୍ଟ ଆସିବା ପରେ ଜଣାପଡିଲା ଯେ ସେ ପ୍ରୋଷ୍ଟେଟ କର୍କଟରେ ପୀଡ଼ିତ ହୋଇଛନ୍ତି।

ଜିଲ କହିଛନ୍ତି ଯେ ସେ କେବେ ଭାବିନଥିଲେ ତାଙ୍କର ରାତିରେ ଟୟଲେଟ୍ ଯିବାର ସମସ୍ୟା ଅଚାନକ କ୍ୟାନସର ଭଳି ବେମାରୀରେ ବଦଳିଯିବ। ଜିଲ ବାଇଡେନ କହିଛନ୍ତି ଯେ କିଛି ମାମଲାରେ ପ୍ରୋଷ୍ଟେଟ କ୍ୟାନସରର ଚିକିତ୍ସା ସମ୍ଭବ। ହେଲେ ଜୋ ବାଇଡେନଙ୍କ ରୋଗ ଚତୁର୍ଥ ପର୍ଯ୍ୟାୟକୁ ପହଞ୍ଚି ଯାଇଛି। କ୍ୟାନସର ତାଙ୍କ ହାଡକୁ ବି ବ୍ୟାପି ଯାଇଛି। ଏଣୁ ସେ ଲଗାତାର ଖାସ ଔଷଧ ସେବନ କରୁଛନ୍ତି। ଚିକିତ୍ସାରେ ତାଙ୍କୁ ରେଡିଏସନ ଥେରାପି କରିବାକୁ ପଡିଥିଲା, ଏଣୁ ସେ ଲଗାତାର ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲ ଯାଇଥିଲେ।

ଜିଲ ବାଇଡେନ କହିଛନ୍ତି ଯେ କ୍ୟାନସର ଚିକିତ୍ସା ଉଭୟ ରୋଗୀ ଓ ପରିବାର ଲାଗି ଶାରୀରିକ ତଥା ମାନସିକ ରୂପେ ଆହ୍ୱାନପୂର୍ଣ୍ଣ ହୋଇଥାଏ। ସେ କହିଛନ୍ତି ଯେ ଜୋଙ୍କ ପାଇଁ ମୁଁ ନିଜେ ଡାକ୍ତରଙ୍କୁ ସମ୍ପର୍କ କରୁଛି, ଆପଏଣ୍ଟମେଣ୍ଟ ନେଉଛି ଓ ଜୋ କିପରି ସମୟରେ ଔଷଧ ସେବନ କରିବେ ଓ ପୌଷ୍ଟିକ ଭୋଜନ କରିବେ ତାହା ନିଶ୍ଚିତ କରୁଛି। ଜିଲ କହିଛନ୍ତି ଯେ ରୋଗ ସହ ଜୁଝୁଥିଲେ ମଧ୍ୟ ଜୋଙ୍କ ମନବଳ ଦୃଢ ରହିଛି, ସେ ସ୍ୱଭାବିକ ଜୀବନ ବଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଜୋ ବାଇଡେନଙ୍କୁ ଆମେରିକା ସମ୍ବିଧାନ ଅନୁସାରେ କେତେକ ସୁବିଧା ମିଳୁଛି, ଆମେରିକାର ସବୁଠୁ ଭଲ ଅନକୋଲଜିଷ୍ଟ ତାଙ୍କ ଚିକିତ୍ସା କରୁଛନ୍ତି। ଜିଲ କହିଛନ୍ତି ତାଙ୍କ ସ୍ୱାମୀଙ୍କ ଦୃଢ ଇଛା ଶକ୍ତି ଉପରେ ତାଙ୍କର ଭରସା ରହିଛି, ସେ ଦୃଢତାର କ୍ୟାନସରର ମୁକାବିଲା କରିବେ ଓ ରୋଗକୁ ହରାଇ ଜୀବନ ଯୁଦ୍ଧ ନିଶ୍ଚେ ଜିତିବେ ବୋଲି ଜିଲ କହିଛନ୍ତି।



Source link

Leave A Reply

Your email address will not be published.