Voice of Eastern India

ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲା : ମନୋଜ ପାଢୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ


କଟକ ୫।୮: ସ୍କୁଲ ପାଠ୍ୟ ପୁସ୍ତକରେ ତ୍ରୁଟି ମାମଲାରେ ମନୋଜ ପାଢୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ କଟକ ସ୍ୱତନ୍ତ୍ର SC/ST କୋର୍ଟ । SCERTର ନିଲମ୍ବିତ ନିର୍ଦ୍ଦେଶକ ମନୋଜ ପାଢ଼ୀ। ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।

ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଗିରଫ କରି ଅଧିକ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ୬ ଜଣଙ୍କ ନାଁରେ କ୍ରାଇମବ୍ରାଞ୍ଚରେ ଏତଲା ଦିଆଯାଇଥିଲା । SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢୀଙ୍କ ସହ ଆଉ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଥିଲା ।

Also Read:- ଶ୍ରୀମନ୍ଦିର ସ୍କ୍ୱାର୍ଡ ନିଯୁକ୍ତି ନାଁରେ ବଡ଼ ଠକେଇ ! ୧୬ ଜଣଙ୍କୁ ନକଲି ନିଯୁକ୍ତି ପତ୍ର, ତଦନ୍ତ ଆରମ୍ଭ

କ୍ରାଇମବ୍ରାଞ୍ଚରେ ଏତଲା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଟିମ୍ । DSP ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତକାରୀ ଟିମ୍ ଗଠନ ହୋଇଥିବା ବେଳେ ବିଭିନ୍ନ ଦିଗ ନେଇ ତନାଘନା ଚଳାଇଥିଲା ଟିମ୍ ।



Source link

Leave A Reply

Your email address will not be published.