Voice of Eastern India

ଶେଷରେ ନଇଁଲା ଟେକ୍‌ ଜାଏଣ୍ଟ Meta, ଭାରତ ସରକାରଙ୍କୁ କ୍ଷମା ମାଗିଲେ କମ୍ପାନୀର ମୁଖ୍ୟ ମାର୍କ ଜୁକରବର୍ଗ 


ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ମେଟା’ (ଫେସବୁକ୍, ଇନଷ୍ଟାଗ୍ରାମ୍ ଏବଂ ୱାଟ୍ସଆପ୍)ରେ ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ ସାମଗ୍ରୀ ଏବଂ ଡିପଫେକ୍ କଣ୍ଟେଣ୍ଟ ଉପଲବ୍ଧ ହେବା ଘଟଣାରେ ମେଟା ମୁଖ୍ୟ ମାର୍କ ଜୁକରବର୍ଗ ଭାରତ ସରକାରଙ୍କ ନିକଟରେ କ୍ଷମାପ୍ରାର୍ଥନା କରିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ମେଟାର ବୈଶ୍ୱିକ ପ୍ରତିନିଧିମାନଙ୍କ ବୈଠକ ସମୟରେ ଏହି ବିଷୟ ସାମ୍ନାକୁ ଆସିଛି।

ମେଟାର ଶୀର୍ଷ ଅଧିକାରୀଙ୍କ ଜରିଆରେ ଜୁକରବର୍ଗ ନିଜ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ତ୍ରୁଟି ପାଇଁ କ୍ଷମା ମାଗିଛନ୍ତି। କେତେକ ବିଶେଷ ପ୍ରକାରର କଣ୍ଟେଣ୍ଟକୁ ବୁଷ୍ଟ (Boost) କିମ୍ବା ପ୍ରୋତ୍ସାହିତ କରିବା ପାଇଁ ମେଟା ନିକଟରେ ବିପୁଳ ପରିମାଣର ଅର୍ଥ ପହଞ୍ଚିଥିବା କଥା ସଂସ୍ଥା ସ୍ୱୀକାର କରିଛି ଏବଂ ଏହି ଭୁଲ ପାଇଁ ଅନୁତାପ ପ୍ରକାଶ କରଛନ୍ତି ଜୁକରବର୍ଗ।

ଆଗରୁ ‘BBC Eye’ ର ଏକ ବିଶେଷ ତଦନ୍ତରୁ ଜଣାପଡ଼ିଥିଲା ଯେ, ମେଟା ପ୍ଲାଟଫର୍ମରେ ଶିଶୁ ଯୌନ ଶୋଷଣକୁ ପ୍ରୋତ୍ସାହିତ କରୁଥିବା ପ୍ରାୟ ୩୦ଟି ବିଜ୍ଞାପନ ଚାଲୁଥିଲା, ଯାହାକୁ ପରବର୍ତ୍ତୀ ସମୟରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଜଣାଯାଇଥିଲା। ଏହା ପୂର୍ବରୁ, ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସୂଚନା ପ୍ରଯୁକ୍ତିବିଦ୍ୟା ସଂସଦୀୟ ସ୍ଥାୟୀ କମିଟି ମେଟାକୁ କଠୋର ଚେତାବନୀ ଦେଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଭିଡିଓକୁ ଫେସବୁକ୍‌ରୁ ହଟାଇ ଦିଆଯିବା ଘଟଣାରେ ଜୁକରବର୍ଗଙ୍କୁ ୩ ଦିନ ମଧ୍ୟରେ କ୍ଷମାପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ମେଟା କ୍ଷମା ନ ମାଗେ, ତେବେ IT ଆଇନ ଅଧୀନରେ ମିଳୁଥିବା ଆଇନଗତ ସୁରକ୍ଷା ପ୍ରତ୍ୟାହାର କରାଯିବ। ଏହାଦ୍ୱାରା ମେଟା ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ହୋଇପାରିବ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।



Source link

Leave A Reply

Your email address will not be published.