Voice of Eastern India

ସମାକୁପା ଗାଁ ଲୋକେ ସାବଧାନ, ପାଖ ଜଙ୍ଗଲରେ ବୁଲୁଛି ବାଘ !


ବୌଦ୍ଧ ୦୫।୦୮ : ସାବଧାନ । ଗାଁରେ ବୁଲୁଛି ବାଘ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ସମାକୁପା ଗାଁରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ନେଇ ଗାଁ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ସମାକୁପା ଗ୍ରାମରେ ବାଘ ଆତଙ୍କ ଦେଖାଦେଇଛି। ଦୁଇ ଦିନ ଧରି ଆତଙ୍କ ଖେଲାଇଛି କଲରାପତରିଆ ବାଘ। ଜଙ୍ଗଲରେ ଗୋଟିଏ ଗାଈକୁ ମାରି ଖାଇଦେଇଛି ବାଘ। ସେପଟେ ବାଘ ଭୟ ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ ।ଏହାପରେ ବନବିଭାଗ ଟିମ୍ ଗାଁରେ ପହଞ୍ଚି ପ୍ରଥମେ ଗ୍ରାମବାସୀଙ୍କୁ ଜଙ୍ଗଲ ମଧ୍ୟକୁ ପ୍ରବେଶ ଉପରେ କଟକଣା ଲଗାଇଛି ।

Also Read:-ମାସେ ଭିତରେ ହଟିବେ ଅଗରକର ! ରୋହିତଙ୍କ ସହ କଳି ଭାରି ପଡ଼ିଲା, ନୂଆ ସିଲେକ୍ଟର ହେବେ ଏହି ବ୍ୟକ୍ତି

ତେବେବାଘ ପାଦ ଚିହ୍ନରୁ ଏହା କଲରାପତରିଆ ବାଘ ହୋଇଥିବା ସୂଚନା। ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ । ଗାଁରେ ଲୋକଙ୍କୁ ସଚେତନ କରୁଛି ବନବିଭାଗ ଟିମ୍ । ପୁରା ଗାଁରେ ଭୟ ଖେଳିଯାଇଛି ।



Source link

Leave A Reply

Your email address will not be published.