ଟ୍ରମ୍ପଙ୍କୁ ହତ୍ୟା ଷଡ଼ଯନ୍ତ୍ର ! କାଲିଫର୍ଣ୍ଣିଆ ଗସ୍ତ ପୂର୍ବରୁ ଧରା ପଡିଲା ସନ୍ଦିଗ୍ଧ, କାରରୁ ମିଳିଲା ଭୟଙ୍କର ଜିନିଷ
ନ୍ୟୁୟର୍କ,୦୫/୦୮: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା କମୁନି । ବାରମ୍ବାର ଇରାନକୁ ଧ୍ୱଂସ କରିବା ପାଇଁ ଟ୍ରମ୍ପ୍ ଧମକ ଦେଉଛନ୍ତି । ଅନ୍ୟ ଦିଗରେ ୟୁଏସ ରାଷ୍ଟ୍ରପତି ମଧ୍ୟ ଅନେକଙ୍କ ଟାର୍ଗେଟରେ ରହିଛନ୍ତି । ନିକଟରେ କିଛି ଏମିତି ଘଟଣା ଘଟିଛି ଯାହା ଟ୍ରମ୍ପଙ୍କ ଜୀବନ ପ୍ରତି ବିପଦ ଥିବା ସଙ୍କେତ ଦେଇଛି ।
ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ କାଲିଫର୍ଣ୍ଣିଆ ଗସ୍ତ ପୂର୍ବରୁ ଲସ୍ ଆଞ୍ଜେଲସ ସ୍ଥିତ ଟ୍ରମ୍ପ୍ ନ୍ୟାଶନାଲ ଗଲଫ୍ କ୍ଲବ୍ ବାହାରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବନ୍ଧୁକ ଏବଂ ଛୁରି ସହ ଗିରଫ କରାଯାଇଛି । ଲସ୍ ଆଞ୍ଜେଲସ୍ ସୁରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଗିରଫ ହୋଇଥିବା ବ୍ୟକ୍ତିହେଲେ ୩୮ବର୍ଷୀୟ ଜିନିନ୍ ଜନ୍ ଟେଲେ । ସେ କାଲିଫର୍ଣ୍ଣିଆର ଡାଉନି ଅଞ୍ଚଳରେ ରୁହନ୍ତି ।
Also Read : –UPI ପେମେଣ୍ଟ୍ ଉପରେ ଲାଗିବ ଚାର୍ଜ୍ ! ସରକାର ଆଣିବେ ନୂଆ ନିୟମ
ସୁରକ୍ଷା ଅଧିକାରୀଙ୍କ କହିବାନୁସାର, ରବିବାର ସନ୍ଦିଗ୍ଧଙ୍କୁ ଗଲଫ୍ କ୍ଲବର ପାର୍କିଂ ନିକଟରେ ରୋକାଯାଇଥିଲା । ତାଙ୍କ କାରକୁ ତଲାସି ବେଳେ ଏକ ପିସ୍ତଲ ଏବଂ ବେଆଇନ ଗୁଳି ଜବତ ହୋଇଥିଲା । ସେ କ୍ଲବ୍ ନିକଟରେ ବୁଲି ଫଟୋ ଏବଂ ଭିଡିଓ ସୁଟ୍ କରୁଥିଲେ । ଏପରିକି ସୁରକ୍ଷାକର୍ମୀଙ୍କ ଗତିବିଧି ଉପରେ ନଜର ରଖୁଥିଲେ । ବନ୍ଧୁକ ଏବଂ ଗୋଳାବାରୁଦ ରଖିବା ଅଭିଯୋଗରେ ଜନଙ୍କୁ ଗିରଫ କରାଯାଇଛି । ମାମଲାର ତଦନ୍ତ ଏଫବିଆଇ କରୁଛି । ଏହାସହ ଆମେରିକାନ୍ ସିକ୍ରେଟ୍ ସର୍ଭିସ୍ ମଧ୍ୟ ତଦନ୍ତରେ ସହଯୋଗ କରୁଛି । ଏବେ ଅଭିଯୁକ୍ତକୁ ଗିରଫ କରାଯାଇ ଜେରା ଚାଲିଛି ।
ସୂଚନାଯୋଗ୍ୟ, ଟ୍ରମ୍ପ୍ କାଲିଫର୍ଣ୍ଣିଆର ରିପବ୍ଲିକାନ୍ ନ୍ୟାଶନାଲ କମିଟିର ଏକ ନୈଶ୍ୟଭୋଜିରେ ଯୋଗଦେବେ । ତାଙ୍କ ଯାତ୍ରା ପୂର୍ବରୁ ସନ୍ଦିଗ୍ଧଙ୍କ ଗିରଫଦାରୀକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି ।
