Voice of Eastern India

ଘରକୁ ଆସିଥିଲେ ପାଣି ପିଇବାକୁ, ଘଟାଇଲେ ଭୟଙ୍କର କାଣ୍ଡ




ଭଦ୍ରକ: ଘରେ ପଶି ଲୁଟ୍ ସଶସ୍ତ୍ର ଡକାୟତ। ବନ୍ଧୁକ ଓ ଛୁରୀ ଦେଖାଇ ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କ ଘରେ ପଶି ନଗଦ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ତିନି ଦୁର୍ବୃତ୍ତ । ବଡ଼ କଥା ହେଲା ଏହି ଦୁର୍ବୃତ୍ତମାନେ ଘରକୁ ପାଣି ପିଇବା ବାହାନାରେ ଆସିଥିଲେ। ଏଭଳି ଏକ ଚାଞ୍ଚଲ୍ୟକର ଲୁଟ୍ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଧାମନଗର ଥାନା ଅଧୀନ ପାଇମହୁରା ଫୁଟ୍ ଓଭରବ୍ରିଜ୍ ନିକଟରେ ଥିବା ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ଶରତ ଚନ୍ଦ୍ର ବାରିକଙ୍କ ଘରକୁ ତିନି ଜଣ ଯୁବକ ପ୍ରଥମେ ପାଣି ମାଗି ଘରକୁ ଆସିଥିଲେ। ପରିବାର ଲୋକେ ପାଣି ଆଣିବାକୁ ଯିବା ସମୟରେ ସେମାନେ ଜବରଦସ୍ତି ଘର ଭିତରକୁ ପଶି କବାଟ ବନ୍ଦ କରିଦେଇଥିଲେ।

Also Read: ଭୁବନେଶ୍ୱର ମହିଳା ଥାନାରୁ ଅଭିଯୁକ୍ତ ଫେରାର ଘଟଣାରେ ଆକ୍ସନ: କାର୍ଯ୍ୟରେ ଅବହେଳା ପାଇଁ ସେଣ୍ଟ୍ରି ଓ ଡିସିଓ ନିଲମ୍ବିତ

ଏହା ପରେ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ଶରତ ବାରିକଙ୍କ ପତ୍ନୀ ଓ ଭାଇଙ୍କୁ ଧମକ ଦେଇ ଅଳଙ୍କାର ରଖାଯାଇଥିବା ବାକ୍ସ ଦେଖାଇବାକୁ ବାଧ୍ୟ କରିଥିଲେ। ଆଉ ସେଥରେ ଥିବା ୩ ହଳ କାନଫୁଲ, ୨ଟି ହାର, ୩ଟି ମୁଦି, ୧ଟି ସାଙ୍ଖି, ୨ଟି ମଙ୍ଗଳସୂତ୍ର ସହ ନଗଦ ୪୦ ହଜାର ଟଙ୍କା ଲୁଟି ଫେରାର ହୋଇଯାଇଥିଲେ। ଖବର ପାଇ ଧାମନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ବୃତ୍ତମାନେ ହେଲମେଟ୍ ଓ ରେନକୋଟ୍ ପିନ୍ଧିଥିବାରୁ ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ। ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।



Source link

Leave A Reply

Your email address will not be published.