Voice of Eastern India

ରାଜପଥରେ AI କ୍ୟାମେରାର କଡ଼ା ନଜର; ନିୟମ ଭାଙ୍ଗିଲେ କଟିଯିବ ଇ-ଚାଲାଣ


କଟକ: ରାଜପଥରେ ଭୁଲ କଲେ ନିସ୍ତାର ନାହିଁ। ନିୟମ ଉଲ୍ଲଘଂନ କିମ୍ବା ଭୁଲ୍ ଢଙ୍ଗରେ ଗାଡ଼ିଚାଳନା କଲେ ଇ- ଚାଲାଣ କାଟିଦେବ ଏଆଇ କ୍ୟାମେରା। କାରଣ ଶନିବାର ଠାରୁ ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ ପକ୍ଷରୁ କାର୍ଯ୍ୟକାରୀ ହୋଇଛି ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ)। ଏହି ବ୍ୟବସ୍ଥା ଅନୁସାରେ, ରାଜ୍ୟର ୪ଟି ଗୁରୁତ୍ବପୂର୍ଣ୍ଣ ରାଜପଥରେ ଦେଢ଼ଶହରୁ ଅଧିକ ହାଇ ଫ୍ରିକ୍ବେନ୍ସି କ୍ୟାମେରା ବସାଯାଇଛି। ଯାହା ଦ୍ରୁତଗତି, ବିନା ହେଲମେଟ୍ରେ ଗାଡ଼ି ଚାଳନାଠାରୁ ଆରମ୍ଭ କରି ବିଭିନ୍ନ ଟ୍ରାଫିକ୍ ଉଲ୍ଲଘଂନ ପାଇଁ ଚାଲାଣ କାଟିବ।

ଏସଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟର ଚାରିଟି ଗୁରୁତ୍ବପୂର୍ଣ୍ଣ ରାଜପଥ ଥରେ ଲାଗିଥିବା କ୍ୟାମେରା କାର୍ଯ୍ୟକ୍ଷମ ହୋଇଛି। କଟକର ମଙ୍ଗୁଳି- ସମ୍ବଲପୁର ରାସ୍ତାରେ ଏକାଧିକ କ୍ୟାମେରା ଥିବା ୩୯ଟି ଗ୍ୟାନ୍ ଟ୍ରି (କ୍ୟାମେରା ଖୁଣ୍ଟି) ଲଗାଯାଇଛି। ବ୍ରହ୍ମପୁରରୁ ଭଞ୍ଜନଗର ରାଜପଥରେ ୧୧ଟି। ବ୍ରହ୍ମପୁରରୁ ତପ୍ତପାଣି ମଧ୍ୟରେ ୭ଟି ଏବଂ ସମ୍ବଲପୁରରୁ ରାଉରକେଲା ମଧ୍ୟରେ ୨୬ଟି ଗ୍ୟାନ୍ ଟ୍ରି ବସିଛି।

Also Read: ରାଜ୍ୟ କ୍ୟାବିନେଟ ବୈଠକ ଶେଷ, ୧୧ ପ୍ରସ୍ତାବରେ ଲାଗିଲା ମୋହର

ଏହି କ୍ୟାମେରା ବର୍ତ୍ତମାନ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ନଜର ରଖିବ। ଯେଉଁମାନେ ସଡ଼କ ସୁରକ୍ଷା ନିୟମର ଉଲଂଘନ କରିବେ ସେମାନ ନଙ୍କ ନିକଟକୁ ଆପଣାଛାଏଁ ଜରିମାନା ଚାଲାଣ ଚାଲିଯିବ। ତେଣୁ ସତର୍କତାର ସହ ଗାଡ଼ି ଚଲାଇବାକୁ ଏସ୍ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।



Source link

Leave A Reply

Your email address will not be published.