ଝାରସୁଗୁଡ଼ା: ମହାନଦୀ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧିକୁ ନେଇ ଚିନ୍ତାରେ ଛତିଶଗଡ଼ । ମହାନଦୀ ଉପରମୁଣ୍ଡରେ ପୁଣି ଥରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ଏହାକୁ ଦେଖି ପଡ଼ୋଶୀ ରାଜ୍ୟର ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ହୀରାକୁଦରୁ ଅଧିକ ଗେଟ୍ ଖୋଲିବା ପାଇଁ ଅପିଲ୍ କରିଛନ୍ତି ।
ଛତିଶଗଡ଼ର ରାଜ୍ୟର ରାୟଗଡ଼, ସାରଙ୍ଗଗଡ଼-ବିଲାଇଗଡ଼ ଜିଲ୍ଲାର ସରିଆ ଅଞ୍ଚଳ ଏବଂ ଚନ୍ଦ୍ରପୁର ଆଦି ମହାନଦୀ କୂଳବର୍ତ୍ତୀ ଗାଁଗୁଡ଼ିକରେ କ୍ରମାଗତ ଭାବେ ଜଳସ୍ତର ବୃଦ୍ଧି ପାଉଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଛତିଶଗଡ଼ ମନ୍ତ୍ରୀ ଓ.ପି. ଚୌଧୁରୀ ସୋସିଆଲ୍ ମିଡିଆ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ଅପିଲ୍ କରିଛନ୍ତି ।
जय हिंद, जय भारत, जय छत्तीसगढ़, जय जोहार दोस्तों…
आज हमारे रायगढ़ के जो महानदी तट के किनारे के साथी हैं….सारंगढ़ बिलाईगढ़ जिले में जो सरिया अंचल है, उस क्षेत्र के महानदी किनारे हमारे गांव हैं। हमारे चंद्रपुर क्षेत्र के जो महानदी किनारे स्थित गांव हैं। उनके लिए मैं विशेष रूप… pic.twitter.com/haz59eN8NE
— OP Choudhary (@OPChoudhary_Ind) July 31, 2026
ସେ କହିଛନ୍ତି, ଛତିଶଗଡ଼ ସରକାର ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଓଡ଼ିଶା ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରୁଛନ୍ତି । ମହାନଦୀରେ ଜଳସ୍ତର କମାଇବା ପାଇଁ ହୀରାକୁଦ ଡ୍ୟାମର ଅଧିକରୁ ଅଧିକ ଗେଟ୍ ଖୋଲିବାକୁ ନିବେଦନ କରାଯାଉଛି । ମନ୍ତ୍ରୀ ଓ.ପି.ଚୌଧୁରୀ କହିଛନ୍ତି ଯେ, ଛତିଶଗଡ଼ ସରକାର ପରିସ୍ଥିତି ଉପରେ କ୍ରମାଗତ ନଜର ରଖିଛନ୍ତି । ଯଦି ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ତେବେ ତାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଉଛି । ତେବେ କୂଳବର୍ତ୍ତୀ ଅଞ୍ଚଳର ଲୋକମାନେ ଆଗୁଆ ସଜାଗ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।
