Voice of Eastern India

ଅଭାବନୀୟ ! ଶୌଚ ହେବାକୁ ଯାଇ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ


ବ୍ରହ୍ମଗିରି: ଶୌଚ ହେବାକୁ ଯାଇ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖ ଘଟଣା ଘଟିଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ କାଠୁଆଆରେଡ଼ି ଗ୍ରାମରେ। ମୃତକ ହେଲେ ଗ୍ରାମର ବିମ୍ବାଧର ଲେଙ୍କାଙ୍କ ପୁଅ ଆଦିତ୍ୟ ଲେଙ୍କା। ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ବର୍ଷା ହେଉଥିବା ସମୟରେ ଶୌଚ ପାଇଁ ଯାଇଥିଲେ ଆଦିତ୍ୟ ଲେଙ୍କା। ମାତ୍ର କୌଣସି କାରଣରୁ ଘର ପଛ ପଟେ ଥିବା ପୋଖରୀ ବୁଡ଼ି ଯାଇଥିଲେ।ତେବେ ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆଦିତ୍ୟଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଏହି ଅକାଳ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।



Source link

Leave A Reply

Your email address will not be published.