Voice of Eastern India

ପୂର୍ବତନ ISRO ମୁଖ୍ୟ, IIT ନିର୍ଦ୍ଦେଶକ, ପୂର୍ବତନ ଶିକ୍ଷାସଚିବ, ଜାଣନ୍ତୁ ନନ୍ଦନ ନିଲେକଣୀଙ୍କ ଟିମ୍ ର ସବୁ ବଡ଼ ନାମ


ନୂଆଦିଲ୍ଲୀ: କେନ୍ଦ୍ର ସରକାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀ (ଏନଟିଏ) ଦ୍ୱାରା ଅନୁଷ୍ଠିତ ହେଉଥିବା ସର୍ବ ଭାରତୀୟ ପରୀକ୍ଷାରେ ସୁଧାର ଲାଗି ଏକ ହାଇ-ପାୱାର ଟାସ୍କଫୋର୍ସ ଗଠନ କରିଛନ୍ତି। ନିଟ-ୟୁଜି ପେପର ଲିକ୍ କୁ ନେଇ ଦେଶରେ ଉପୁଜିଥିବା ପରିସ୍ଥିତି ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ଟାସ୍କ ଫୋର୍ସର ଅଧ୍ୟକ୍ଷତା ଜଣାଶୁଣା ଟେକ୍ନୋଲଜି ବିଶେଷଜ୍ଞ ତଥା ଇନଫୋସିସର ସହ ସଂସ୍ଥାପକ ନନ୍ଦନ ନିଲେକଣୀ କରିବେ। ସରକାରଙ୍କ ଉଦ୍ଦେଶ୍ୟ ପରୀକ୍ଷା ପ୍ରଣାଳୀକୁ ପୂର୍ବାପେକ୍ଷା ଅଧିକ ପାରଦର୍ଶୀ, ସୁରକ୍ଷିତ ଓ ଟେକ୍ନୋଲଜି ଆଧାରିତ କରିବା।

ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ଏହି ଟାସ୍କ ଫୋର୍ସରେ ଦେଶର ପ୍ରମୁଖ ୬ ଜଣ ବିଶେଷଜ୍ଞଙ୍କୁ ସାମିଲ କରାଯାଇଛି। ଏହି ଟାସ୍କ ଫୋର୍ସରେ ଇସ୍ରୋର ପୂର୍ବତନ ଚେୟାରମ୍ୟାନ ଏସ୍.ସୋମନାଥ, ଇଣ୍ଟେଲିଜେନ୍ସୀ ବ୍ୟୁରୋର ପୂର୍ବତନ ନିର୍ଦ୍ଦେଶକ ତପନ ଡେକା, ଆଇଆଇଟି ମାଡ୍ରାସର ଡାଇରେକ୍ଟର ଭି.କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନିତା କରଭାଲ ଓ ଲଜିଷ୍ଟିକ୍ ବିଶେଷଜ୍ଞ ଅମୃତଲାଲ ମିଣା ଅଛନ୍ତି। ଏହି ପ୍ୟାନେଲ ଶିକ୍ଷା, ବିଜ୍ଞାନ, ସୁରକ୍ଷା, ଟେକ୍ନୋଲଜି ଓ ପ୍ରଶାସନର ସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ପ୍ରତିନିଧିତ୍ୱ କରୁଛି।

ଟାସ୍କଫୋର୍ସକୁ ପୁରା ପରୀକ୍ଷା ପ୍ରକ୍ରିୟାକୁ ଆହୁରି ଭଲ କରିବାକୁ ଦାୟିତ୍ୱ ଦିଆଯାଇଛି। ଏହି ପ୍ୟାନେଲ ସାଇବର ସୁରକ୍ଷାକୁ ମଜଭୁତ କରିବା, ଲଜିଷ୍ଟିକ୍ ଯୋଜନାକୁ ଉନ୍ନତ କରିବା ଓ ପରୀକ୍ଷା ପ୍ରକ୍ରିୟାରେ ସଂରଚନାତ୍ମକ ପରିବର୍ତ୍ତନ ଆଣିବାକୁ ପରାମର୍ଶ ଦେବ। ଏହାର ମୁଖ୍ୟ କାମ ଏହା ସୁନିଶ୍ଚିତ କରିବା ଯେ ଭବିଷ୍ୟତରେ ହେବାକୁ ଥିବା ଜାତୀୟ ସ୍ତରର ପ୍ରବେଶିକ ପରୀକ୍ଷାରେ ଯେପରି ତ୍ରୁଟି ନହୁଏ ଓ ପ୍ରଣାଳୀ ଉପରେ ଛାତ୍ରଛାତ୍ରୀଙ୍କ ଭରସା ରହେ।



Source link

Leave A Reply

Your email address will not be published.