କେନ୍ଦ୍ରାପଡା ୨୫।୭: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ । ଚାମେଲିଙ୍କ ବିରୁଦ୍ଧରେ ଆସିଛି ଅନାସ୍ଥା ପ୍ରସ୍ତାବ l ତିଖିରି ପଞ୍ଚାୟତର ୨୧ ଜଣ ୱାର୍ଡ ମେମ୍ବର ଜୁଲାଇ ୨୩ରେ ଏ ନେଇ ଉପ-ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି l ୱାର୍ଡ ମେମ୍ବର ମାନଙ୍କ ଠାରୁ ଅନାସ୍ଥା ପତ୍ର ପାଇବା ପରେ ଉପ ଜିଲ୍ଲାପାଳ ମହାକାଳପଡା BDOଙ୍କୁ ପତ୍ର ଲେଖି ଏ ସମ୍ପର୍କରେ ପରବର୍ତ୍ତୀ ପ୍ରକ୍ରିୟା ଚାଲୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି l
Also Read:- ଅପରେସନ୍ ଅନ୍ୱେଷଣ-୩ରେ ବଡ଼ ସଫଳତା, ୨୬୦ ନିଖୋଜଙ୍କୁ ଉଦ୍ଧାର କଲା ପୋଲିସ
ତେବେ ଏ ସମ୍ପର୍କିତ ପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି l ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରିଥିବା ୱାର୍ଡ ମେମ୍ବର ମାନଙ୍କର ଆସନ୍ତା ଜୁଲାଇ ୨୭ରେ ଉପ ଜିଲ୍ଲାପାଳଙ୍କ ଅଫିସରେ କାଗଜପତ୍ର ଯାଞ୍ଚ ହେବ l ତେବେ ଏ ନେଇ ଉପ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ l
Source link
