ପାଟଣା ୨୪।୭: ରାୟଗଡ଼ା ଜିଲ୍ଲା ଗୁଣପୁର ସହର ଶେଫାଳି ପାହାଡ଼ରେ ଥିବା ରାମେଶ୍ୱର ଶୈବପୀଠକୁ ବୁଲିବାକୁ ଯାଇ ଫେରୁଥିବା ବେଳେ ସ୍କୁଟର ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି । ମୃତକ ଦୁଇ ଜଣ ହେଲେ ଗୁଣପୁର ନୃତ୍ୟଗୁରୁ ସସ୍ମିତା ପଣ୍ଡା, ଓଡ଼ିଆ ଅଡିଟର ଶମ୍ଭୁନାଥ ଦାସ । ଯୁବକଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ ବୋଲି ଜଣାପଡିଛି । ଗୁରୁତର ଜଣଙ୍କ କଲିକତା ଅଞ୍ଚଳର ବୋଲି ଜଣାପଡିଛି । ଗୁରୁତର ଜଣଙ୍କୁ ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।
ସ୍କୁଟିରେ ଗୁଣୁପୁର କେନ୍ଦ୍ରୀୟ ବିଦ୍ୟାଳୟର ଠିକା କର୍ମଚାରୀ ନୃତ୍ୟଗୁରୁ ଯୁବତୀ ସସ୍ମିତା ପଣ୍ଡାଙ୍କ ସମେତ ୩ ଜଣ ଶେଫାଳି ପାହାଡକୁ ଯାଉଥିଲେ । ୩ ଜଣ ଗୋଟିଏ ସ୍କୁଟିରେ ରାତିରେ ରାମେଶ୍ୱର ଶୈବପୀଠ ବୁଲି ପାହାଡ଼ ତଳକୁ ଫେରୁଥିବା ସମୟରେ ଘାଟି ରାସ୍ତାରେ ସ୍କୁଟରର ବ୍ରେକ୍ ହଠାତ୍ ଫେଲ୍ ହୋଇଯାଇଥିଲା । ଫଳରେ ଚାଳକ ଗାଡିକୁ ନିୟନ୍ତ୍ରଣ କରିପାରିନଥିଲେ । ସ୍କୁଟରଟି ଦ୍ରୁତଗତିରେ ଆସି ପାହାଡ଼ ତଳେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଜୋରଦାର ଧକ୍କା ଦେଇଥିଲା ।
Also Read:- ସୃଷ୍ଟି ହେଲା ଲଘୁଚାପ: ୨ ଦିନରେ ଅଧିକ ଘନୀଭୂତ ହେବା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ଦୁର୍ଘଟଣା ପରେ ଯୁବତୀଙ୍କ ସମେତ ୩ ଜଣ ରାସ୍ତା କଡ଼ରେ ଗୁରୁତର ଆହତ ଅବସ୍ଥାରେ ପଡି ରହିଥିଲେ । ଖବର ପାଇ ଗୁଣପୁର ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଉପଖଣ୍ଡ ସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ପ୍ରାଥମିକ ଚିକିତ୍ସା ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ହିଁ ଅଡିଟରଙ୍କ ମୃତ୍ୟୁ ହୋଇଥିଲା । ଉଚ୍ଚ ଚିକିତ୍ସା ପାଇଁ ଯୁବତୀ ସସ୍ମିତାଙ୍କୁ ଅନ୍ୟତ୍ର ମେଡିକାଲକୁ ସ୍ଥାନାନ୍ତର ହେବା ପରେ ପାରଳାଖେମୁଣ୍ଡି ମେଡିକାଲ ଠାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଜଣାପଡିଛି ।
Source link
