Voice of Eastern India

ବିଦ୍ୟା ରତ୍ନ ଶର୍ମା ଜିନ୍ଦଲ ଷ୍ଟିଲ୍ ଲିମିଟେଡର ପ୍ରବନ୍ଧ ନିର୍ଦ୍ଦେଶକ ନିଯୁକ୍ତ; ନେତୃତ୍ୱ ମଜବୁତ କରିବା ନେଇ କମ୍ପାନିର ଘୋଷଣା




ନୂଆଦିଲ୍ଲୀ:ଜିନ୍ଦଲ ଷ୍ଟିଲ୍ ଲିମିଟେଡ୍ ନିଜର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକ ପରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ଘୋଷଣା କରିଛି । ଏହି ନିଷ୍ପତ୍ତିଗୁଡ଼ିକ ମଧ୍ୟରେ, ବୋର୍ଡ ବିଦ୍ୟା ରତ୍ନ ଶର୍ମାଙ୍କୁ ଜୁଲାଇ ୨୪,୨୦୨୬ରୁ ଦୁଇ ବର୍ଷ ଅବଧି ପାଇଁ କମ୍ପାନିର ଅତିରିକ୍ତ ନିର୍ଦ୍ଦେଶକ ଏବଂ ପ୍ରବନ୍ଧ ନିର୍ଦ୍ଦେଶକ ଭାବରେ ନିଯୁକ୍ତକୁ ଅନୁମୋଦନ ଦେଇଛି ।

ବିଦ୍ୟା ଶର୍ମା ଜଣେ ବିଶିଷ୍ଟ ଶିଳ୍ପ ବିଶେଷଜ୍ଞ । ପୂର୍ବରୁ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ୨୦୧୦ରୁ ୨୦୧୪ ପର୍ଯ୍ୟନ୍ତ ଡେପୁଟି ଏମଡି ଓ ସିଇଓ ଭାବରେ କାର୍ଯ୍ୟ କରିଥିଲେ । ସେ ଜିନ୍ଦଲ ଷ୍ଟିଲକୁ ତାହାର ପରବର୍ତ୍ତୀ ବିକାଶ ଆଡ଼କୁ ନେବା ପାଇଁ ଇସ୍ପାତ, ବିଦ୍ୟୁତ୍ ଏବଂ ଖଣି କ୍ଷେତ୍ରରେ ନିଜର ଚାରି ଦଶନ୍ଧିର ବିଶ୍ୱସ୍ତରୀୟ ନେତୃତ୍ୱ ଅଭିଜ୍ଞତା ସହିତ ପୁନର୍ବାର ଫେରୁଛନ୍ତି ।

ସନ୍ଦୀପ ମୋଦୀ ମୁଖ୍ୟ ଅର୍ଥନୈତିକ ଅଧିକାରୀ ହୋଇଛନ୍ତି । ଶ୍ରୀ ମୋଦୀଙ୍କ ପାଖରେ ଦୁଇ ଦଶନ୍ଧିରୁ ଅଧିକ ସମୟର ଆର୍ଥିକ ନେତୃତ୍ୱ ଅଭିଜ୍ଞତା ରହିଛି । ସେ ପୂର୍ବରୁ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ୍, ଭାରତ ଆଲୁମିନିୟମ୍ କମ୍ପାନି ଲିମିଟେଡ୍ ଏବଂ ତାଲୱାଣ୍ଡି ସାବୋ ପାୱାର ଲିମିଟେଡର ସିଏଫଓ ଭାବରେ କାର୍ଯ୍ୟ କରିସାରିଛନ୍ତି ।

ଶ୍ରୀ ରାଜୀବ କୁମାର ମୁଖ୍ୟ ପରିଚାଳନା ଅଧିକାରୀ ହୋଇଛନ୍ତି । ଇସ୍ପାତ କ୍ଷେତ୍ରରେ ୩୫ ବର୍ଷରୁ ଅଧିକ ସମୟର ନେତୃତ୍ୱ ଅଭିଜ୍ଞତା ଥିବା ଶ୍ରୀ କୁମାର ଜଣେ ମେଟାଲର୍ଜିକାଲ୍ ଇଞ୍ଜିନିୟର । ସେ ବେଦାନ୍ତ ଆଲୁମିନିୟମ୍ର ସିଇଓ ଏବଂ ଟାଟା ଷ୍ଟିଲ୍ (କଳିଙ୍ଗନଗର)ର ସହ-ସଭାପତି (ଅପରେସନ୍ସ) ଭାବରେ କାର୍ଯ୍ୟ କରିସାରିଛନ୍ତି । ସେ କମ୍ପାନିର ସମସ୍ତ ପ୍ଲାଣ୍ଟ ଏବଂ ଖଣିର ପରିଚାଳନା ଦାୟିତ୍ୱ ତୁଲାଇବେ ।



Source link

Leave A Reply

Your email address will not be published.