Voice of Eastern India

ଘରର ଏହି ଦିଗରେ ତିଆରି କରନ୍ତୁନି ଶୌଚାଳୟ, ପିଛା ଛାଡ଼ିବନି ରୋଗ-ମାନସିକ ଅଶାନ୍ତି !




Vastu: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଦିଗ ଏବଂ ସେଠାରେ ରଖାଯାଇଥିବା ଜିନିଷଗୁଡ଼ିକର ପ୍ରଭାବ ଆମର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ଉପରେ ଗଭୀର ଭାବେ ପଡ଼ିଥାଏ। ଖାସକରି ଉତ୍ତର-ଉତ୍ତର-ପୂର୍ବ ଏବଂ ଉତ୍ତର-ପୂର୍ବ (ଈଶାନ କୋଣ ) ଦିଗ ଶରୀରର ରୋଗ ପ୍ରତିରୋଧକ ଶକ୍ତି  ଏବଂ ମାନସିକ ସ୍ବାସ୍ଥ୍ୟ ସହିତ ସିଧାସଳଖ ଜଡ଼ିତ। ଏହି ଦିଗରେ କୌଣସି ପ୍ରକାରର ବାସ୍ତୁ ଦୋଷ ରହିଲେ ଘରେ ରୋଗବ୍ୟାଧି ବୃଦ୍ଧି ପାଇବା ସହ ମାନସିକ ଶାନ୍ତି ଭଙ୍ଗ ହୋଇଥାଏ।

ବାସ୍ତୁଶାସ୍ତ୍ରରେ ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଜଳ ତତ୍ତ୍ୱର ଦିଗ କୁହାଯାଏ, ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ନିୟନ୍ତ୍ରିତ କରିଥାଏ। ଯଦି ଏହି ଦିଗରେ ଅଳିଆ ଆବର୍ଜନା, ଅନ୍ଧାର, ଭାରୀ ସାମଗ୍ରୀ କିମ୍ବା ଅବ୍ୟବସ୍ଥା ରହେ, ତେବେ ଘରର ସଦସ୍ୟମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଏହା ଦ୍ୱାରା ଘରର ଲୋକମାନେ ବାରମ୍ବାର ଅସୁସ୍ଥ ହେବା, କ୍ଲାନ୍ତି ଅନୁଭବ କରିବା, ଆଲର୍ଜି କିମ୍ବା ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୋଇଥାନ୍ତି।

ଉତ୍ତର-ପୂର୍ବ ଦିଗ ବା ଈଶାନ କୋଣକୁ ଜ୍ଞାନ, ବୁଦ୍ଧି, ପବିତ୍ରତା ଏବଂ ମାନସିକ ସ୍ପଷ୍ଟତାର ଦିଗ ବୋଲି ଧରାଯାଏ। ଈଶାନ କୋଣରେ ଟଏଲେଟ୍ ନିର୍ମାଣ କରିବା ଏକ ଭୟଙ୍କର ବାସ୍ତୁ ଦୋଷ ସୃଷ୍ଟି କରେ। ଏହି ଦିଗରେ ଟଏଲେଟ୍ ବା ଶୌଚାଳୟ ରହିବା ଦ୍ୱାରା ବ୍ୟକ୍ତିଙ୍କର ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ହ୍ରାସ ପାଏ। ଘରର ସଦସ୍ୟମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ମାନସିକ ଅଶାନ୍ତି, ଚିନ୍ତା, ଚିଡ଼ଚିଡ଼ାପଣ ଏବଂ ଏକାଗ୍ରତାର ଅଭାବ ଦେଖାଦିଏ।

ଈଶାନ କୋଣକୁ ସବୁବେଳେ ପରିଷ୍କାର, ଏବଂ ଆଲୋକିତ ରଖିବା ଉଚିତ୍। ଏଠାରେ ଦେବଦେବୀଙ୍କ ପୂଜାସ୍ଥଳ କିମ୍ବା ଧ୍ୟାନ କେନ୍ଦ୍ର କରିବା ସବୁଠାରୁ ଶୁଭ। ବାସ୍ତୁ ଅନୁସାରେ ଟଏଲେଟ୍ କେବଳ ଦକ୍ଷିଣ-ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ  ଦିଗରେ ନିର୍ମାଣ କରିବା ଉଚିତ୍। ଉତ୍ତର-ଉତ୍ତର-ପୂର୍ବ ଦିଗରୁ ଭାରୀ ଆସବାବପତ୍ର ଓ ଅଳିଆ ହଟାଇ ସେଠାରେ ସ୍ୱଚ୍ଛତା ବଜାୟ ରଖନ୍ତୁ, ଯାହା ଦ୍ୱାରା ଘରକୁ ସକାରାତ୍ମକ ଉର୍ଜା ଆସିବ ଏବଂ ରୋଗବ୍ୟାଧି ଦୂରେଇ ରହିବ।

ବି.ଦ୍ର: ଏହି ଖବର ଜାତୀୟ ଗଣମାଧ୍ୟମ ରିପୋର୍ଟ ଉପରେ ଆଧାରିତ । ଏଥିରେ ନ୍ୟୁ୭ ଡିଜିଟାଲର କୌଣସି ପ୍ରତ୍ୟକ୍ଷ ଭୂମିକା ନାହିଁ ।



Source link

Leave A Reply

Your email address will not be published.