Voice of Eastern India

“Long Negotiations”: Sonam Wangchuk Ends Hunger Strike After 26 Days


ନୂଆଦିଲ୍ଲୀ, ୨୪।୦୭ : ଅନଶନ ଭାଙ୍ଗିଲେ ସୋନମ ଓ୍ୱାଙ୍ଗଚୁକ୍ । ସାମାଜିକ କର୍ମୀ ତଥା ଶିକ୍ଷାବିତ ସୋନମ ଓ୍ୱାଙ୍ଗଚୁକ୍ ଦୀର୍ଘ ୨୬ ଦିନର ଧାରଣା ପରେ ଅନଶନ ଭାଙ୍ଗିଛନ୍ତି । ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସେ ସରକାରଙ୍କ ସହ ଆଲୋଚନା କରି ନିଜର ଅନଶନ ଶେଷ କରିଛନ୍ତି । ଯନ୍ତରମନ୍ତରରେ ଧାରଣା ଦେଉଥିବା ପ୍ରଦର୍ଶନକାରୀଙ୍କ ଉପରେ କୌଣସି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ନନେବା ସର୍ତ୍ତରେ ସରକାର ରାଜି ହେଲା ପରେ ସେ ଓହରିଛନ୍ତି ।

ଏହାମଧ୍ୟରେ ମେଦାନ୍ତ ହସ୍ପିଟାଲର ଫଟୋ ସାମ୍ନାକୁ ଆସିଛି । ଏଥିରେ ସୋନମଙ୍କ ସହ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂ ନଜର ଆସିଛନ୍ତି । ଉଭୟ ସୋନମଙ୍କୁ ଏକ କପରେ କିଛି ପାନୀୟ ଦେଉଛନ୍ତି । ଯାହାକୁ ଗ୍ରହଣ କରି ସୋନମ ଆନଶନକୁ ଶେଷ କରିଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ ।

ସୋନମ ଓ୍ୱାଙ୍ଗଚୁକ୍ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ସେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ନିଜ ଅନଶନ ଭାଙ୍ଗିଛନ୍ତି । ଏହି ସମୟରେ ଲେହ ଲଦାଖର ଏକ କମିଟିର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ ସେ ୨୬ ଦିନ ପରେ ଅନଶନରୁ ଓହରିଥିବା ନେଇ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ସୋନମ ଦୀର୍ଘ ୨୬ ଦିନ ତଳେ ଦେଶର ଶିକ୍ଷା ସମ୍ବନ୍ଧୀୟ କିଛି ପ୍ରସଙ୍ଗକୁ ନେଇ ଧାରଣା ଦେଇଥିଲେ । ଏହାସହ ସରକାରଙ୍କ ପାଖରେ ଦାବି ପୂରଣ ପାଇଁ ଅନଶନ ଆରମ୍ଭ କରିଥିଲେ । ପରେ ସେ ଅସୁସ୍ଥ ହୋଇଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଦିଲ୍ଲୀ ପରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ ।





Source link

Leave A Reply

Your email address will not be published.