ଭୁବନେଶ୍ବର ୨୦।୭: ବଦଳି ଆଦେଶକୁ ମାନୁ ନଥିବା ଅଧିକାରୀଙ୍କ ପାଇଁ ଅର୍ଥ ବିଭାଗର କଡ଼ା ଆଭିମୁଖ୍ୟ । ବଦଳି ଆଦେଶ ପରେ ମଧ୍ୟ ନୂଆ କାର୍ଯ୍ୟସ୍ଥଳରେ ଯୋଗ ଦେଉନାହାନ୍ତି କିଛି ଅଧିକାରୀ । ତାଙ୍କ ବିରୋଧରେ ଅର୍ଥ ବିଭାଗ କଠୋର ପଦକ୍ଷେପ ନେବାକୁ ସତର୍କ କରିଛି । ଏ ନେଇ ବିଭାଗ ପକ୍ଷରୁ ପୂର୍ବରୁ ତିନି ଥର ନିର୍ଦ୍ଦେଶ ଜାରି କରାଯାଇଥିଲେ । ହେଲେ କେତେକ ଅଧିକାରୀ ଏହାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି ।
Also Read:- ଓମ୍ ସତ କହିଥିବା ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟରୁ ସ୍ପଷ୍ଟ, ନିର୍ଦ୍ଧାରିତ ସମୟରେ ଦାଖଲ ହେବ ଚାର୍ଜସିଟ୍
ରିମାଇଣ୍ଡର ଓ ଚେତାବନୀ ସତ୍ତ୍ୱେ ଆଦେଶ ପାଳନ ନକରିବା ଏବଂ ବିଭିନ୍ନ ଚାପ ପକାଇ ବଦଳି ରୋକିବା ଉଦ୍ୟମକୁ ଏଥର କିନ୍ତୁ ବିଭାଗ ଗୁରୁତ୍ୱର ସହ ନେଇଛି ।ଆହୁରି ମଧ୍ୟ ଅର୍ଥ ବିଭାଗ ଚିଠି ଜରିଆରେ ସ୍ପଷ୍ଟ କରିଛି ଯେ, ନିର୍ଦ୍ଧାରିତ ସମୟ ମଧ୍ୟରେ ନୂଆ ସ୍ଥାନରେ ଯୋଗ ନଦେଲେ ନିୟମ ଅନୁଯାୟୀ ଦରମା ବନ୍ଦ ଭଳି କଠୋର ପଦକ୍ଷେପ ନିଆଯାଇପାରେ । ଆଜି ସୁଦ୍ଧା ନୂଆ ସ୍ଥାନରେ ଯୋଗ ନଦେଲେ କାଲିଠୁ ବନ୍ଦ ହେବ ଦରମା ।
