Voice of Eastern India

ମହାକାଶରେ ଚିନି କଣିକା ଠାବ କଲେ ବୈଜ୍ଞାନିକ ! କିନ୍ତୁ ଆସିଲା କେଉଁଠୁ ? ମହାକାଶଚାରୀ ଆଶ୍ଚର୍ଯ୍ୟ


ନ୍ୟୁୟର୍କ, ୧୫|୦୭: ଆଜି ବି ଅଜଣା ମହାକାଶ । ରହିଛି ହଜାର ହଜାର ରହସ୍ୟ । ଯାହାକୁ ଭେଦ କରିପାରିନି ବିଜ୍ଞାନ । ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ବୈଜ୍ଞାନିକମାନେ ଭିନ୍ନ ଭିନ୍ନ କଥା ଜାଣିବାକୁ ପାଉଛନ୍ତି । ଗବେଷଣା କରୁଛନ୍ତି । ଅନେକ ନୂତନ ତଥ୍ୟର ସନ୍ଧାନ ହେଉଛି । ଏହାମଧ୍ୟରେ ବୈଜ୍ଞାନିକମାନେ ମହାକାଶରେ ଚିନିର ସନ୍ଧାନ ପାଇଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିଛି ।

ନେଚର୍ ଆଷ୍ଟ୍ରୋନୋମିରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ବୈଜ୍ଞାନିକମାନେ ଇଣ୍ଟରଷ୍ଟେଲର ମିଡିୟମ ବା ମହାକାଶରେ ଚିନି କଣିକା ଠାବ କରିଛନ୍ତି । ଏଠାରେ ଏବେସୁଦ୍ଧା ୩୪୦ଟି କଣିକା ଠାବ ହୋଇଛି । ଯାହା ଫଳରେ ଆଲୋକର ଗତି ଏବଂ ମାଧ୍ୟମ ବାବଦରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ମହାକାଶରେ ଗ୍ଲୁକୋଜ୍ ଅଣୁ ଠାବ ହୋଇସାରିଛି । ଅନେକ ଉଲକାପିଣ୍ଡ ଏବଂ ଧୂମକେତୁରେ ଶର୍କରାକୁ ଠାବ କରାଯାଇଥିଲା । କିନ୍ତୁ ଏଥର ଯେଉଁ ଚିନିର କଣିକା ଠାବ ହୋଇଛି ତାହା ପୂର୍ବ ଅପେକ୍ଷା ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

Also Read :- ଜୋର୍ଡାନ-ବାହାରିନ-କୁଏତରେ ଇରାନର ଡ୍ରୋନ୍ ଆଟାକ୍ : ଏବେ ତେହେରାନରେ ପଶିବ ଆମେରିକା ସେନା !

ମହାକାଶଚାରୀ ଇଜଜାସକୁନ୍ ଜିମେନଜ୍ ସେରାଙ୍କ ନେତୃତ୍ୱରେ ଏକ ଟିମ୍ ଦୀର୍ଘଦିନ ହେବ ମହାକାଶ ସମ୍ଭନ୍ଧୀୟ ଅନେକ ଗବେଷଣା କରୁଛି । ଟିମକୁ ଏବେ ଏକ ମଲିକୁଲାର କ୍ଲାଉଡ୍ ବା ମହାକାଶରେ ଥିବା ବାଦଲରେ ଚାରି କାର୍ବନ ବିଶିଷ୍ଟ ଏରିଥରୁଲୋଜ୍ ମିଳିଛି । ମିଲ୍କ ଓ୍ୱେ ବା ଆକାଶ ଗଙ୍ଗାରେ ଏହାର ସନ୍ଧାନ ମିଳିଛି । ଯାହା ପ୍ରକୃତରେ ସୁଗାର ବା ଚିନି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଏରିଥ୍ରୁଲୋଜ୍ ଟିଏନଏ ବା ଥେରୋଜ୍ ନ୍ୟୁକ୍ଲିକ୍ ଏସିଡ ସହ ସିଧାସଳଖ ଜଡିତ । ଏହି ମଲିକ୍ୟୁଲ ବା ଅଣୁ ଜୀବଜଗତର ଆରଏନଏ ଏବଂ ଡିଏନଏରେ ରହିଥାଏ । ଅନ୍ୟ ଦିଗରେ ମହାକାଶରେ କୌଣସି ତିନି କାର୍ବନ ବିଶିଷ୍ଟ ଅଣୁ ବା ମିଳିନାହିଁ । ଯାହାକୁ କାର୍ବନ ସୁଗାର ବା ଗ୍ଲାଇସେରାଡିହାଇଡ୍ କୁହାଯାଏ । ଏକଥା ରିସର୍ଚ୍ଚ ଟିମକୁ ବେଶି ଆଶ୍ଚର୍ଯ୍ଯ କରିଛି । ଯଦି ତିନି କାର୍ବନ ବିଶିଷ୍ଟ ସୁଗାରର ସନ୍ଧାନ ମିଳିନି ତେବେ ଚାରି କାର୍ବନ ବିଶିଷ୍ଟ ସୁଗାର କିପରି ଆସିଲା ତାକୁ ନେଇ ଏବେ ପ୍ରଶ୍ନ ସୃଷ୍ଟି ହୋଇଛି ।

ଟିମର ମୁଖ୍ୟ ବୈଜ୍ଞାନିକ ଜିମେନଜ୍ କହିଛନ୍ତି ଯେ, ଯେଉଁ ସନ୍ଧାନ ମିଳିଛି ତାହା ଆଶା କରାଯାଉ ନଥିଲା । ମହାକାଶରେ ଅଂସଖ୍ୟ କାର୍ବନ କଣିକା ରହିଛି । ଦୁଇଟି ଶକ୍ତିଶାଳୀ ଟେଲିସ୍କୋପକୁ ବ୍ୟବହାର କରି ଏହି ନୂଆ ତଥ୍ୟ ହାସଲ ହୋଇଛି । ଯେଉଁ ମଲିକ୍ୟୁଲାର କ୍ଲାଉଡ୍ ବା ବାଦଲରେ ଏରିଥ୍ଲୁଲୋଜର ସନ୍ଧନ ମିଳିଛି ତାହା ଜି ପ୍ଲସ୍ ୦.୯୬୩ ବାଦଲରେ ରହିଥିବା ଜିମେନ୍ସ୍ ପ୍ରକାଶ କରିଛନ୍ତି ।



Source link

Leave A Reply

Your email address will not be published.