Voice of Eastern India

ଆନ୍ଧ୍ରରେ କରୋନା, ଚିନ୍ତାରେ ଓଡ଼ିଶା : ଗଞ୍ଜାମରେ ମାର୍ଗଦର୍ଶିକା ଜାରି କରି ସବୁ ହସ୍ପିଟାଲକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ


ବ୍ରହ୍ମପୁର ୧୪।୭: କରୋନା ପାଇଁ ସୀମାନ୍ତରେ ଲୋକେ ଭୟଭୀତ । ଆନ୍ଧ୍ର ପ୍ରଦେଶରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ଖବର ଶୁଣି ଓଡ଼ିଶାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବିଶେଷ କରି ସୀମାନ୍ତବର୍ତ୍ତୀ ଜିଲ୍ଲା ଗଞ୍ଜାମ ଜିଲ୍ଲାରେ ଲୋକେ ଭୟଭୀତ ହୋଇ ପଡିଛନ୍ତି । ପଡ଼ୋଶୀ ଆନ୍ଧ୍ରରୁ ଦୈନନ୍ଦିନ ଓଡ଼ିଶାର ବ୍ରହ୍ମପୁରକୁ ବିଭିନ୍ନ କାର୍ଯ୍ୟରେ ଆସୁଛନ୍ତି ଆନ୍ଧ୍ର ଲୋକେ । ଗଞ୍ଜାମରୁ ମଧ୍ୟ ବିଭିନ୍ନ କାର୍ଯ୍ୟରେ ପଡ଼ୋଶୀ ଆନ୍ଧ୍ରକୁ ଯାଆନ୍ତି । ଏଥିପାଇଁ ସଂକ୍ରମଣ ବଢ଼ିବା ଆଶା ରଖି ଭୟଭୀତ ଥିବା କହିଛନ୍ତି ସହରବାସୀ ।

ସେପଟେ ଏହାକୁ ନେଇ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରି ସମସ୍ତ ହସ୍ପିଟାଲକୁ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଧ୍ରକୁ ଲାଗି ରହିଥିବା ଗଞ୍ଜାମ ଜିଲ୍ଲା ଏବେ ସଜାଗ ହୋଇଛି । କରୋନା ଯେମିତି ଗଞ୍ଜାମକୁ ନ ବ୍ୟାପେ ସେ ନେଇ ପ୍ରଶାସନ ସଜାଗ ହୋଇଛି ।

ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପକ୍ଷରୁ ଏ ନେଇ ମାର୍ଗଦର୍ଶିକା ଜାରି କରିଛନ୍ତି । ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସିଟି ହସ୍ପିଟାଲ, ଜିଲ୍ଲାର ସମସ୍ତ ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ମାର୍ଗଦର୍ଶିକା ଜାରି କରିଛନ୍ତି ।

Also Read:- ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଆକ୍ସନ, SCERT ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀ ଗିରଫ

ଶ୍ୱାସକ୍ରିୟାଜନିତ ସମସ୍ୟା (SARI) ଥିବା ସମସ୍ତ ରୋଗୀଙ୍କ ପାଇଁ କୋଭିଡ୍-୧୯ ପରୀକ୍ଷା ବାଧ୍ୟତାମୂଳକ କରାଯିବ । ଇନଫ୍ଲୁଏଞ୍ଜା ସଦୃଶ ଲକ୍ଷଣ ଥିବା ରୋଗୀଙ୍କ କୋଭିଡ-୧୯ ପରୀକ୍ଷା କରାଯିବ । ଆଇସୋଲେସନ ୱାର୍ଡ, ଅକ୍ସିଜେନ ସପୋର୍ଟେଡ୍ ବେଡ୍ ଏବଂ ଆବଶ୍ୟକୀୟ ଔଷଧୀୟ ମେଡିକାଲରେ ରଖିବାକୁ ନିର୍ଦ୍ଦେଶ ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ସମସ୍ତ ଅକ୍ସିଜେନ ପ୍ଲାଣ୍ଟ, ଅକ୍ସିଜେନ କନସେଣ୍ଟ୍ରେଟର ଏବଂ ସିଲିଣ୍ଡରଗୁଡ଼ିକ କାର୍ଯ୍ୟକ୍ଷମ ଅବସ୍ଥାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ସେମାନଙ୍କ ଅଞ୍ଚଳରେ ଜ୍ୱର କିମ୍ବା ଶ୍ୱାସକ୍ରିୟାଜନିତ ଅସ୍ୱାଭାବିକ ଉପରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଓଆରଏସ, ପାରାସିଟାମଲ, ଜିଙ୍କ, ଭିଟାମିନ-A,B2 ଷ୍ଟିମୁଲାଣ୍ଟ, ଆଜିଥ୍ରୋମାଇସିନ ଟାବଲେଟ୍ ସହ ଅନ୍ୟାନ୍ୟ ମେଡିସିନ ମେଡିକାଲରେ ଗଚ୍ଛିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।

ମଙ୍ଗଳବାର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସମସ୍ତ କର୍ମଚାରୀଙ୍କୁ ନେଇ ଏକ ବୈଠକ କରି ଆଲର୍ଟ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିର୍ଦ୍ଦେଶନାମା ଜାରି ପରେ ବ୍ରହ୍ମପୁର ନଗର ଚିକିତ୍ସାଳୟରେ ସତର୍କତା ଅବଲମ୍ବନ କରି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୦ ଶଯ୍ୟା ବିଶିଷ୍ଟ ଆଇସୋଲୋସେନ ୱାର୍ଡ ପ୍ରସ୍ତୁତ କରାଯାଇଛି । ଅକ୍ସିଜନ ସିଲିଣ୍ଡର ସହ ଆବଶ୍ୟକ ମେଡିସିନ ମହଜୁଦ ରଖାଯାଇଥିବା କହିଛନ୍ତି ସହକାରୀ ନଗର ଚିକିତ୍ସାଳୟ ଅଧିକାରୀ । ସେପଟେ ଆଇସୋଲେସନ ୱାର୍ଡରେ ପୁରା ସଜାଗ ହୋଇ କର୍ମଚାରୀ ସଜାଗ ରହିଥିବା ମେଡିକାଲ କର୍ମଚାରୀ କହିଛନ୍ତି ।



Source link

Leave A Reply

Your email address will not be published.