Voice of Eastern India

ପରକୀୟା ପ୍ରୀତିର କରୁଣ ପରିଣତି, ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ୯ ସନ୍ତାନର ମାଆ


ନୂଆଦିଲ୍ଲୀ: କଳଙ୍କିତ ହେଲା ବିବାହର ପବିତ୍ର ସମ୍ପର୍କ। ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କରିଦେଲା ପତ୍ନୀ। ଖାଲି ସେତିକି ନୁହେଁ ମହିଳା ଜଣକ ୯ ସନ୍ତାନର ମାଆ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଗୁଜରାଟର ବନାସକାଣ୍ଠା ଜିଲ୍ଲାରୁ । ପ୍ରଥମେ ଏହା ଏକ ସ୍ୱାଭାବିକ ମୃତ୍ୟୁ ବୋଲି ଜଣାପଡ଼ୁଥିଲେ ମଧ୍ୟ ପୋଲିସ ତଦନ୍ତ ପରେ ଏହି ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି।

କ’ଣ ଥିଲା ଘଟଣା ?

ପୋଲିସର ସୂଚନା ଅନୁସାରେ, ବନାସକାଣ୍ଠା ଭାବ-ଥରାଦ ଅଞ୍ଚଳର ଗମାଭାଇ ଠାକୋର ଜଣେ ଭାଗ ଚାଷୀ ଭାବେ କାମ କରୁଥିଲେ। ଗତ ଜୁଲାଇ ୮ ତାରିଖ ରାତିରେ ଗମାଭାଇ ବିଲରୁ କାମ ସାରି ହଠାତ ଘରକୁ ଫେରିଥିଲେ। ହେଲେ ଘରେ ନିଜ ପତ୍ନୀଙ୍କୁ ପ୍ରେମିକ ପ୍ରେମଜୀ ପଟେଲଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ଓ ଝଗଡ଼ା ହୋଇଥିଲା।

ଏମିତିରେ ଏଥିରେ ଉତକ୍ଷିପ୍ତ ହୋଇ ପତ୍ନୀ ଏକ କାଠ ପଟାରେ ଗମାଭାଇଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ। ସେତିକିରେ ମନ ବୁଝିନଥିଲା, ପରେ ପ୍ରେମିକ ପ୍ରେମଜୀ ଏବଂ ଅନ୍ୟ ଜଣେ ସହଯୋଗୀ ମୁକେଶ ଠାକୋରଙ୍କ ସହ ମିଶି ଗମାଭାଇଙ୍କୁ ଖଟରେ ଶୁଆଇ ରସି ସାହାଯ୍ୟରେ ତଣ୍ଟି ଚିପି ହତ୍ୟା କରିଥିଲେ। ହତ୍ୟା ପରେ ସମସ୍ତେ ଏହାକୁ ଏକ ପ୍ରାକୃତିକ କିମ୍ବା ଆକସ୍ମିକ ମୃତ୍ୟୁର ରୂପ ଦେବାକୁ ଚେଷ୍ଟା କରିଥିଲେ।

Also Read: ମହିଳା ହୋମଗାର୍ଡ ଓ ତାଙ୍କ ଭଉଣୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ, ପୋଲିସ କହିଲା.

ପୋଲ୍ ଖୋଲିଦେଲା ପୋଷ୍ଟମର୍ଟମ ରିପୋର୍ଟ:

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିଥିଲା ଯେ, ଶ୍ୱାସରୁଦ୍ଧ ହେବା କାରଣରୁ ହିଁ ଗମାଭାଇଙ୍କ ଜୀବନ ଯାଇଛି। ଏହା ପରେ ଥରାଦ ପୋଲିସ ସନ୍ଦେହରେ ଗମାଭାଇଙ୍କ ପତ୍ନୀଙ୍କୁ ଜେରା କରିବାରୁ ସେ ନିଜର ଦୋଷ ସ୍ୱୀକାର କରିଥିଲେ। ପୋଲିସ ବର୍ତ୍ତମାନ ହତ୍ୟାକାରୀ ପତ୍ନୀ, ତା’ର ପ୍ରେମିକ ପ୍ରେମଜୀ ପଟେଲ ଏବଂ ସହଯୋଗୀ ମୁକେଶ ଠାକୋରଙ୍କୁ ଗିରଫ କରି ଜେଲ ପଠାଇଛି।

୯ ପିଲା ହେଲେ ଅନାଥ:

ସେପଟେ ଏହି ଘଟଣା ଯୋଗୁ ସବୁଠାରୁ ବଡ଼ କ୍ଷତି ସହିଛନ୍ତି ୯ ସନ୍ତାନ। ବାପା ଆରପାରିକୁ ଚାଲିଗଲେ ଏବଂ ମାଆ ପରକୀୟା ପ୍ରୀତି ପାଇଁ ଜେଲ୍ ହାଜତକୁ ଗଲେ। ଫଳରେ ଅଭାବୀ ପରିବାରର ପିଲାମାନେ ଏବେ ସମ୍ପୂର୍ଣ୍ଣ ଅସହାୟ ଓ ଅନାଥ ହୋଇପଡ଼ିଛନ୍ତି।



Source link

Leave A Reply

Your email address will not be published.