Voice of Eastern India

Ram Kapoor molested: ମୁଁ ଯୌନ ନିର୍ଯାତନାର ଶିକାର ହୋଇଛି, ବଲିଉଡ୍ ଅଭିନେତା ରାମ କପୁରଙ୍କ ବଡ଼ ଖୁଲାସା


ମୁମ୍ବାଇ: ଟେଲିଭିଜନ ଅଭିନେତା ରାମ କପୁର ରିଆଲିଟି ଶୋ’ ‘ଲକ୍ ଅପ୍: ସଚ୍ ୟା ସଜା’ର ଶେଷ ଅଧ୍ୟାୟରେ ତାଙ୍କ ଜୀବନର ଏମିତି ଏକ ଗୋପନ ରହସ୍ୟର ଖୁଲାସା କରିଛନ୍ତି, ଯାହା ଜାଣିବା ପରେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ। ଶୋ’ର ଏକ ସିକ୍ରେଟ୍-ରିଭିଲ୍ ଟାସ୍କ ସମୟରେ ରାମ କପୁର ତାଙ୍କ ଶୈଶବରେ ଭୋଗିଥିବା ଯୌନ ଯନ୍ତ୍ରଣାର ଖୁଲାସା କରିଛନ୍ତି।

ରାମ କପୁର ଯେତେବେଳେ ବୋର୍ଡିଂ ସ୍କୁଲରେ ପଢୁଥିଲେ, ସେତେବେଳେ ମାତ୍ର ୧୩ ବର୍ଷ ବୟସରେ ସେ ଯୌନ ନିର୍ଯାତନାର (ମଲେଷ୍ଟେସନ) ଶିକାର ହୋଇଥିଲେ। ଆଉ ଏକଥା କେବଳ ତାଙ୍କ ପତ୍ନୀ ଗତୌମୀ କପୁରଙ୍କ ଛଡ଼ା ସେ କାହାକୁ କହି ନଥିଲେ ବୋଲି ରାମ କପୁର କହିଛନ୍ତି।

ଏହି ଦୁଃଖଦ ଅନୁଭୂତିକୁ ବଖାଣୀ ସେ କହିଛନ୍ତି ” ମୁଁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଭେଳେ ମୋତେ ମାତ୍ର ୧୩ ବର୍ଷ ହୋଇଥିଲା, ସେତେବେଳେ ମୁଁ ଯୌନ ନିର୍ଯାତନାର ଶିକାର ହୋଇଥିଲି। ସ୍କୁଲ ପରେ, ଆମେ ଆମ ଡର୍ମରେ ବସି କଥାବାର୍ତ୍ତା ହେଉଥିଲୁ। ଜଣେ ଦଶମ ଶ୍ରେଣୀର ଛାତ୍ର ମୋ ବେଡ୍ରେ ମୋ ସହ ବସିଥିଲେ, ସେହି ସମୟରେ ସେ ହଠାତ୍ କମ୍ବଳ ଭିତରେ ହାତ ପୂରାଇ ମୋତେ ଛୁଇଁଥିଲେ। ଆମ ଚାରିପାଖରେ ଅତି କମରେ ୩୦ ରୁ ୪୦ ଜଣ ପିଲା ଥିଲେ, ମୁଁ ସମ୍ପୂର୍ଣ୍ଣ ଜଡ଼ ପାଲଟିଯାଇଥିଲି। ମୁଁ କିଛି କରିପାରିଲି ନାହିଁ ଏବଂ ସେ ତାଙ୍କ କାମ କରି କରିଚାଲିଲେ।”

ଏହି ସମୟରେ ସେ କିପରି ପ୍ରତିକ୍ରିୟା ଦେବେ ସେ ଜାଣିପାରି ନଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଘଟଣା ତାଙ୍କୁ ମାନସିକ ଆଘାତ ଦେଇଥିଲା ବୋଲି ରାମ କପୁର ସ୍ୱୀକାର କରିଛନ୍ତି।

ସେ କହିଛନ୍ତି ” ମୋର କିଛି କରିବା ଉଚିତ୍ କି ଚୁପ୍ ରହିବା ଉଚିତ୍, ଏହାକୁ ସହ୍ୟ କରିବା ଉଚିତ୍ ନା ଚିତ୍କାର କରିବା ଉଚିତ୍, ମୁଁ କିଛି ଜାଣିପାରିଲି ନାହିଁ। ବେଶ୍ କିଛି ସମୟ ପରେ, ମୁଁ ତାଙ୍କୁ କହିଲି ଯେ ମୋତେ ଏସବୁ ଭଲ ଲାଗିଲା ନାହିଁ। ସେ ସଙ୍ଗେ ସଙ୍ଗେ ବନ୍ଦ କରିଦେଲେ ଏବଂ ଚାଲିଗଲେ। ଏହାପରେ, ମୋ ଭିତରେ ଏକ ପରିବର୍ତ୍ତନ ଆସିଥିଲା। ମୁଁ ବହୁତ ଚୁପଚାପ୍ ହୋଇଗଲି ଏବଂ ଗଭୀର ମାନସିକ ଆଘାତ ପାଇଥିଲି।”

ସେହି ଦଶମ ଶ୍ରେଣୀ ଛାତ୍ର ଜଣଙ୍କ ତାଙ୍କ ସହ ଏପରି କରିବା ପରେ ଆସି ତାଙ୍କୁ କ୍ଷମା ମାଗିଥିଲେ। ଏବଂ ମାନସିକ ଆଘାତରୁ ବାହାରିବା ପାଇଁ ସେ ଅନେକ ଆନ୍ତରିକ ପ୍ରୟାଶ କରିଥିଲେ ବୋଲି ରାମ କପୁର କହିଛନ୍ତି।

ଏନେଇ ରାମ କପରୁ କହିଛନ୍ତି “ଏହା ଅଜବ ଲାଗିପାରେ, କିନ୍ତୁ ଯେଉଁ ବ୍ୟକ୍ତି ଜଣକ ମୋତେ ମାନସିକ ଆଘାତ ଦେଇଥିଲେ, ସେ ହିଁ ମୋତେ ସୁସ୍ଥ ହେବାରେ ସାହାଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଆମେ ଭଲ ସାଙ୍ଗ ହୋଇଗଲୁ। କିଛି ସପ୍ତାହ ପରେ ସେ କ୍ଷମା ମାଗିଥିଲେ, ଏବଂ ଯେତେବେଳେ ବି ସୁଯୋଗ ପାଉଥିଲେ, ସେ ଘଟଣାକୁ ନେଇ ପ୍ରକୃତରେ ଦୁଃଖିତ ଥିବା ଅନୁଭବ କରାଉଥିଲେ। ଏହା ଏଭଳି ଏକ ରହସ୍ୟ ଯାହା ମୋ ପିଲାମାନେ ଏବଂ ମୋ ବାପା-ମା’ ମଧ୍ୟ ଜାଣନ୍ତି ନାହିଁ। କେବଳ ଗୌତମୀ ଏ ବିଷୟରେ ଜାଣନ୍ତି।”

ଘଟଣା ମୋ ଜୀବନରେ ପରିବର୍ତ୍ତନ ଆଣିଦେଲା

ରାମ କପୁର କହିଛନ୍ତି ଯେଉଁ ଘଟଣାକୁ ନେଇ ଦିନେ ଦୁଃଖ ପ୍ରକାଶ କରୁଥିଲି, ଏବେ ଭାବୁଛି ଯାହା ହେଲା ଭଲ ହୋଇଥିଲା। ଏହା ଲୋକଙ୍କୁ ଦେଖିବାର ମୋ ଦୃଷ୍ଟିକୋଣ ବଦଳାଇ ଦେଇଛି ଏବଂ ଅନ୍ୟମାନଙ୍କୁ ବିନା କାରଣରେ ଜଜ୍ ନ କରିବା ଶିଖାଇଛି।

ଆଜି ବି ଏହି ଅନୁଭୂତି ବିଷୟରେ କଥା ହେଲେ ତାଙ୍କୁ କଷ୍ଟ ଲାଗେ, କିନ୍ତୁ ସେହି ବ୍ୟକ୍ତିଙ୍କ ପ୍ରତି ତାଙ୍କ ମନରେ ଆଉ କୌଣସି ଭୟ ବା ଅସନ୍ତୋଷ ନାହିଁ ବୋଲି କହିଛନ୍ତି ବଲିଉଡ୍ ଅଭିନେତା ରାମ କପୁର।

ନିଜ ଜୀବନର ଏହି ବ୍ୟକ୍ତିଗତ କଥାର ଖୁଲାସା କଲା ବେଳେ ରାମ କପୁର ଓ ଶୋ’ର ଘର ଭିତରେ ଥିବା ସମସ୍ତେ ସମ୍ପୂର୍ଣ୍ଣ ଭାବପ୍ରବଣ ହୋଇଯାଇଥିଲେ। ପ୍ରତିଯୋଗୀ ସୁଫି ମୋତିୱାଲା କାନ୍ଦି ପକାଇଥିଲେ, ଏବଂ ସେ ମଧ୍ୟ ନିର୍ଯାତନାର ଶିକାର ହୋଇଥିବା କହିଥିଲେ। ଏହି ଭାବପ୍ରବଣଭରା ଶୋ’ରେ ହର୍ଷଦ ଚୋପ୍ରା ଏବଂ ଧୀରଜ ଧୁପରଙ୍କ ଆଖିରେ ମଧ୍ୟ ଲୁହ ଝରି ଆସିଥିଲା। ଶୋ’ର ହୋଷ୍ଟ ଫରାହ ଖାନ୍ ଓ ରିତେଶ ଦେଶମୁଖ ଦୁଃଖ ପ୍ରକାଶ କରିବ ସହ ରାମଙ୍କୁ ଆଲିଙ୍ଗନ କରିଥିଲେ।

Also Read- ବଲିଉଡରେ ଡେବ୍ୟୁ କରିବେ ଗୋବିନ୍ଦାଙ୍କ ପତ୍ନୀ ଓ ପୁଅ: କେବେ ରିଲିଜ ହେବ ଫିଲ୍ମ, କହିଲେ ସୁନୀତା

 





Source link

Leave A Reply

Your email address will not be published.