ଅନୁଗୋଳ ୧୨।୭: ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ବରପଦର ସେକ୍ସନର ଫରେଷ୍ଟର ନିଲମ୍ବିତ । ଫରେଷ୍ଟର ବୁଲି ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥାଇ ଥାଇ କାଠ ମାଫିଆଙ୍କୁ ସହଯୋଗ କରିବା ଏବଂ କର୍ତ୍ତବ୍ୟରେ ଚରମ ଅବହେଳା ପ୍ରଦର୍ଶନ କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ସୂଚନାଯୋଗ୍ୟ ଯେ, ସୁଳିଆ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ବ୍ୟାପକ ଗଛ କଟା ଏବଂ ମୂଲ୍ୟବାନ କାଠ ଚୋରାଚାଲାଣ ହେଉଥିବା ନେଇ ବୌଦ୍ଧ ଡିଏଫଓ ଏବଂ କଣ୍ଟାମାଳ ରେଞ୍ଜ ଅଫିସର ପ୍ରାଥମିକ ତଦନ୍ତ କରିଥିଲେ । ତଦନ୍ତରେ ଫରେଷ୍ଟର ବୁଲି ବେହେରାଙ୍କ ସମ୍ପୃକ୍ତି ଓ କର୍ତ୍ତବ୍ୟରେ ଅନିୟମିତତାର ପ୍ରାଥମିକ ପ୍ରମାଣ ମିଳିଥିଲା । ଏହି ରିପୋର୍ଟକୁ ଆଧାର କରି ବ୍ରହ୍ମପୁର ମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (RCCF) ତାଙ୍କୁ ତୁରନ୍ତ ପ୍ରଭାବରୁ ଚାକିରିରୁ ନିଲମ୍ବିତ କରିଛନ୍ତି।
Also Read:- ପ୍ରେମ ଘଟଣାକୁ ନେଇ ବୀଭତ୍ସ ହତ୍ୟା, ଚମ୍ପଟ ମାରିଲା ଅଭିଯୁକ୍ତ
ନିଲମ୍ବନ ଅବଧି ମଧ୍ୟରେ ବୁଲି ବେହେରା ତାଙ୍କ ମୁଖ୍ୟ କାର୍ଯ୍ୟାଳୟ ବ୍ରହ୍ମପୁର ଡିଏଫଓ ଅଫିସ୍ରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ ବିଭାଗର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଞ୍ଚଳର କାଠ ମାଫିଆ ଏବଂ ଅସାଧୁ କର୍ମଚାରୀଙ୍କ ମଧ୍ୟରେ ଛନକା ପଶିଛି ।
