Voice of Eastern India

ଶୁକ୍ରଙ୍କ ସିଂହ ରାଶି ପ୍ରବେଶ: ଚମକିବ ଏହି ୩ଟି ରାଶିର ଭାଗ୍ୟ, ମିଳିବ ପ୍ରଚୁର ଧନ ଓ ଯଶ


ଶୁକ୍ର ଗୋଚର: ଜ୍ୟୋତିଷ ଶାସ୍ତ୍ରରେ ସୁଖ, ସମୃଦ୍ଧି, ବୈଭବ ଏବଂ ଐଶ୍ଚର୍ଯ୍ୟର କାରକ ଗ୍ରହ ଭାବେ ‘ଶୁକ୍ର’ଙ୍କୁ ବିବେଚନା କରାଯାଏ । ଶୁକ୍ର ଯେବେ ନିଜ ରାଶି ପରିବର୍ତ୍ତନ କରନ୍ତି, ଏହାର ପ୍ରତ୍ୟକ୍ଷ ପ୍ରଭାବ ସମସ୍ତ ୧୨ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନ ଉପରେ ପଡ଼ିଥାଏ । ୨୦୨୬ ମସିହାରେ ଶୁକ୍ର ଦେବ ଖୁବଶୀଘ୍ର ସୂର୍ଯ୍ୟଙ୍କ ରାଶି ‘ସିଂହ’ରେ ପ୍ରବେଶ କରିବାକୁ ଯାଉଛନ୍ତି ।

ସିଂହ ରାଶିରେ ଶୁକ୍ରଙ୍କର ଏହି ଗୋଚର ଆଗାମୀ ମାସେ ଯାଏ କିଛି ରାଶି ପାଇଁ ଅତ୍ୟନ୍ତ ଭାଗ୍ୟଶାଳୀ ସାବ୍ୟସ୍ତ ହେବ । ଏହି ଗୋଚର ପ୍ରଭାବରେ ୩ଟି ବିଶେଷ ରାଶିର ଜାତକଧାରୀଙ୍କୁ ସମାଜରେ ମାନ-ସମ୍ମାନ ମଳିବା ସହିତ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ବଡ଼ ଧରଣର ଲାଭ ମିଳିବ ।

ମେଷ ରାଶି

ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁକ୍ରଙ୍କର ଏହି ଚଳନ କୌଣସି ବରଦାନଠାରୁ କମ୍ ନୁହେଁ । ଏହି ଗୋଚର ଯୋଗୁଁ ପ୍ରେମ ସମ୍ପର୍କ ପାଇଁ ଏହି ସମୟ ବେଶ୍ ଅନୁକୂଳ ରହିବ । ଯଦି ଆପଣ ସିଙ୍ଗଲ୍ ଅଛନ୍ତି, ତେବେ ଆପଣଙ୍କ ଜୀବନରେ କାହାର ଏଣ୍ଟ୍ରି ହୋଇପାରେ । ଚାକିରିଆମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ, ପଦୋନ୍ନତିର ରାସ୍ତା ଫିଟିବ । ବ୍ୟବସାୟରେ କୌଣସି ବଡ଼ ଡିଲ୍ ଫାଇନାଲ୍ ହୋଇପାରେ ।

ସିଂହ ରାଶି

ଶୁକ୍ର ଦେବ ଆପଣଙ୍କ ରାଶିର ହିଁ ପ୍ରଥମ ଅର୍ଥାତ୍ ଲଗ୍ନ ଭାବକୁ ଆସୁଛନ୍ତି, ତେଣୁ ସବୁଠାରୁ ଅଧିକ ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନରେ ଦେଖିବାକୁ ମିଳିବ । ଆପଣଙ୍କ ବ୍ୟକ୍ତିତ୍ୱରେ ଏକ ଭିନ୍ନ ପ୍ରକାରର ଆକର୍ଷଣ ଦେଖାଯିବ । ଏହି ସମୟ ମଧ୍ୟରେ ଆପଣଙ୍କୁ ସମାଜ ଏବଂ କାର୍ଯ୍ୟକ୍ଷେତ୍ରରେ ପ୍ରଚୁର ମାନ-ସମ୍ମାନ ମିଳିବ । ଅଟକି ରହିଥିବା ଟଙ୍କା ଫେରିପାରିବେ ।

ତୁଳା ରାଶି

ତୁଳା ରାଶିର ଜାତକଧାରୀଙ୍କ ପାଇଁ ଶୁକ୍ରଙ୍କ ସିଂହ ରାଶିକୁ ଚଳନ ଅତ୍ୟନ୍ତ ଶୁଭ ଫଳଦାୟୀ ରହିବ । ଏହି ଗୋଚର ଆପଣଙ୍କ ଆୟ ପାଇଁ ନୂଆ ନୂଆ ମାଧ୍ୟମ ସୃଷ୍ଟି କରିବ । ପୁରୁଣା ବିନିଯୋଗରୁ ଆପଣଙ୍କୁ ଭଲ ରିଟର୍ଣ୍ଣ ମିଳିପାରେ । ଚାକିରିରେ ଦରମା ବଢ଼ିବାର ସମ୍ପୂର୍ଣ୍ଣ ଯୋଗ ରହିଛି । ପାରିବାରିକ ଜୀବନ ସୁଖମୟ ହେବ । ସମାଜରେ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ପାଇବ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର କୌଣସି ପ୍ରମାଣ ପ୍ରଦାନ କରେ ନାହିଁ।)



Source link

Leave A Reply

Your email address will not be published.