Voice of Eastern India

Hirakud Dam : ଖୋଲିଲା ହୀରାକୁଦ ଡ୍ୟାମ୍‌, ବାହାରିଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ


ସମ୍ବଲପୁର ୦୯।୦୭ : ବାଜିଲା ସାଇରନ । ଖୋଲିଲା ଚଳିତବର୍ଷର ପ୍ରଥମ ବନ୍ୟାଜଳ । ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଇଛି । ପୂଜାର୍ଚ୍ଚନା ପରେ ବିଧି ଅନୁସାରେ ୭ ନମ୍ବର ଗେଟ୍ ଖୋଲାଯାଇଛି ।

ଖୋଲିଲା ହୀରାକୁଦ ଡ୍ୟାମ୍‌ର ଗେଟ୍‌ । ଜଳଭଣ୍ଡାରରେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲିଲା । ମହାନଦୀକୁ ଛଡ଼ାଗଲା ଚଳିତ ବର୍ଷର ବର୍ଷ ପ୍ରଥମ ବନ୍ୟାଜଳ। ନିର୍ଦ୍ଧାରିତ ସମୟ ପୂର୍ବରୁ ପରମ୍ପରା ଅନୁସାରେ ପୂଜାପାଠ କରାଯାଇଥିଲା । ଏହାପରେ ଜଳଭଣ୍ଡାରର ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା । ପରେ ପ୍ରର୍ଯ୍ୟାୟ କ୍ରମେ ବାମ ପାର୍ଶ୍ବରୁ ଆଉ ୩ଟି ଗେଟ୍ ଖୋଲାଯାଇଛି । ଆଗକୁ ସ୍ଥିତିକୁ ଦେଖି ଜଳଭଣ୍ଡାରରେ ଗେଟ୍ ଖୋଲିବା ଉପରେ ନିଷ୍ପତ୍ତି ନିଆଯିବ ।ବର୍ତ୍ତମାନ ଜଳଭଣ୍ଡାରରେ ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍ ରହିଛି ।



Source link

Leave A Reply

Your email address will not be published.