Voice of Eastern India

ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହେଲା ପାକିସ୍ତାନର କାର୍ଗୋ ବିମାନ, ୫ କ୍ରୁ ସଦସ୍ୟ ନିଖୋଜ


ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଶାରଜାରୁ ପାକିସ୍ତାନର କରାଚୀ ଅଭିମୁଖେ ଆସୁଥିବା ଏକ ବୋଇଂ ୭୩୭-୪୦୦ କାର୍ଗୋ ବିମାନ ଆରବ ସାଗରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।ପାକିସ୍ତାନର ବେସରକାରୀ କାର୍ଗୋ ଏୟାରଲାଇନ୍ସ ‘K2 ଏୟାରୱେଜ୍’ ଦ୍ଵାରା ପରିଚାଳିତ ଏହି ମାଲବାହୀ ବିମାନଟି ମଙ୍ଗଳବାର ବିଳମ୍ବିତ ରାତିରେ କରାଚି ଉପକୂଳରୁ ପ୍ରାୟ ୧୫୫ ନଟିକାଲ ମାଇଲ ପଶ୍ଚିମରେ ରାଡାରରୁ ନିଖୋଜ ହୋଇଯାଇଥିଲା।

ତେବେ ପାକିସ୍ତାନ ନୌସେନା ଏବଂ ମାରିଟାଇମ୍ ସିକ୍ୟୁରିଟି ଏଜେନ୍ସି ବ୍ୟାପକ ସେର୍ଚ୍ଚ ଅପରେସନ ଚଳାଇ ଓରମାରା ଉପକୂଳରୁ ପ୍ରାୟ ୫୩ ନଟିକାଲ ମାଇଲ ଦୂର ଗଭୀର ସମୁଦ୍ରରୁ ବିମାନର ଭଙ୍ଗାବଶେଷ ଉଦ୍ଧାର କରିଛନ୍ତି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୫ ଜଣ ପାକିସ୍ତାନୀ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।

ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ସମୟ ରାତି ପ୍ରାୟ ୯ ଟା ୧୮ ମିନିଟରେ ବିମାନର ପାଇଲଟ କରାଚୀ ଏୟାର ଟ୍ରାଫିକ କଣ୍ଟ୍ରୋଲ (ATC) ସହ ଯୋଗାଯୋଗ କରି ବିମାନର ନାଭିଗେସନ ସିଷ୍ଟମରେ ସମସ୍ୟା ଦେଖାଦେଇଥିବା ସୂଚନା ଦେଇଥିଲେ। ଏହା ପରେ ଏଟିସି ପକ୍ଷରୁ ସହାୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ମାତ୍ର ଏହାର ଠିକ୍ ୩ ମିନିଟ୍ ପରେ ଅର୍ଥାତ ୯ ଟା ୨୧ ମିନିଟରେ ବିମାନଟି ହଠାତ ଦିଗ ବଦଳାଇ ଦ୍ରୁତ ଗତିରେ ତଳକୁ ଖସିବାକୁ ଲାଗିଥିଲା। ଫ୍ଲାଇଟ୍ ରଡାର-୨୪’ର ତଥ୍ୟ ଅନୁଯାୟୀ, ବିମାନଟି ରଡାରରୁ ହଟିବା ପୂର୍ବରୁ ମିନିଟକୁ ପ୍ରାୟ ୨୨,୪୦୦ ଫୁଟ୍ ବେଗରେ ସମୁଦ୍ରକୁ ଖସିଥିଲା। ନିଖୋଜ ହେବା ପୂର୍ବରୁ ପାଇଲଟଙ୍କ ଶେଷ ବାର୍ତ୍ତା ଥିଲା “ରୋଲିଂ କିମ୍ବା ଫ୍ଲୋଟିଂ।

Also Read: ମାଡ଼ି ଆସୁଛି ବାତ୍ୟା ‘ବାଭି’, ଏବେ ଏଇଠି ଅଛି ସୁପର୍ ଟାଇଫୁନ୍ : ଏହି ସବୁ ଜାଗାରେ ରଚିବ ପ୍ରଳୟ !

ବ୍ୟାପକ ଉଦ୍ଧାର କାର୍ଯ୍ୟ ଜାରି

ସେପଟେ ଘଟଣା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗଭୀର ଦୁଃଖ ପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମୁଦ୍ରରେ ପ୍ରତିକୂଳ ମୌସୁମୀ ପାଗ ଓ ପ୍ରବଳ ଜୁଆର ସତ୍ତ୍ୱେ ପାକିସ୍ତାନ ନୌସେନାର ଯୁଦ୍ଧପୋତ ‘PNS Zulfiqar’, ସାମୁଦ୍ରିକ ସର୍ଭେଲାନ୍ସ ବିମାନ ଏବଂ ମାରିଟାଇମ୍ ସିକ୍ୟୁରିଟି ଏଜେନ୍ସିର ବୋଟ୍ ଗୁଡ଼ିକ ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ପାକିସ୍ତାନ ସିଭିଲ୍ ଆଭିଏସନ୍ ଅଥରିଟି ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।



Source link

Leave A Reply

Your email address will not be published.