Voice of Eastern India

ଭୁବନେଶ୍ୱର କୋର୍ଟକୁ ଧମକପୂର୍ଣ୍ଣ କଲ୍‌, ବୋମାରେ ଉଡାଇଦେବାକୁ ମିଳିଲା ଧମକ


ଭୁବନେଶ୍ୱର ୦୮।୦୭ : କୋର୍ଟକୁ ପୁଣି ଧମକ । ଭୁବନେଶ୍ୱର କୋର୍ଟରେ ବୋମା ଧମକ । ଏହି ଧମକ ଆସିବା ପରେ କୋର୍ଟ ଭିତରୁ କାମ ଛାଡ଼ି ସମସ୍ତେ ବାହାରକୁ ବାହାରିଛନ୍ତି । ସେପଟେ କୋର୍ଟ ପରିସରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି ।

ବୁଧବାର ମଧ୍ୟାହ୍ନ ସମୟ । ହଠାତ୍ ଭୁବନେଶ୍ୱର କୋର୍ଟକୁ ଆସିଲା ଏକ କଲ୍ । ଯେଉଁଥିରେ ଭୁବନେଶ୍ୱର କୋର୍ଟକୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକ । ଏହି ବୋମା ଧମକ ମିଳିବା ପରେ କୋର୍ଟ ଭିତରୁ କାମ ଛାଡି ଭୟରେ ସମସ୍ତେ ବାହାରକୁ ବାହାରିଛନ୍ତି। ଏଥିସହିତ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ବିଭିନ୍ନ ସ୍ଥାନରେ ଛାନଭିନ କରାଯାଉଛି।

Also Read:-Career: ୪୨୦ ଥର ରିଜେକ୍ସନ, ପରେ USରେ ମିଳିଲା ସ୍ଵପ୍ନର ଚାକିରି; କହିଲେ-ଚାକିରି ଜୀବନର ଏକ ଅଂଶ

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଭୁବନେଶ୍ବର କୋର୍ଯକୁ ସମାନ ଧମକ ମିଳିସାରିଛି। କିନ୍ତୁ ତଲାସି ବେଳେ କିଛି ମିଳିନଥାଏ। ବରଂ ଗୁଜବ ବୋଲି ଜଣାପଡ଼ିଥାଏ। ତେବେ ଧମକ କଲ ମିଛ ନା ସତ ତାହାର ମଧ୍ୟ ସତ୍ୟାସତ୍ୟ ଯାଞ୍ଚ କରୁଛି ପୋଲିସ ।

 



Source link

Leave A Reply

Your email address will not be published.