Voice of Eastern India

ବାରୁଈପୁର ଦୁଷ୍କର୍ମ-ହତ୍ୟା ମାମଲା ପଶ୍ଚିମବଙ୍ଗ ବିଜେପି ସରକାରର ପ୍ରଥମ ଅଗ୍ନି ପରୀକ୍ଷା, ବେଙ୍ଗଲ ରାଜନୀତି ଏବେ ପଡୁଛି ଉଠୁଛି


କୋଲକାତା: ପଶ୍ଚିମବଙ୍ଗ ପୁଣି ଥରେ ରାଜନୈତିକ ଅସ୍ଥିରତାକୁ ପହଞ୍ଚିଯାଇଛି। ରାଜଧାନୀ କୋଲକାତାରୁ ପାଖାପାଖି ୩୦ କିଲୋମିଟର ଦୂର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବାଋଇପୁରରେ ଜଣେ ୧୧ ବର୍ଷ ବୟଷ୍କା ନାବାଳିକା ପ୍ରତି ଦୁଷ୍କର୍ମ ଓ ହତ୍ୟା ତଥା ଏହା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଅଭିଯୁକ୍ତକୁ ହତ୍ୟା ଏକ ନୂଆ ଉତ୍ତେଜନାର କାରଣ ପାଲଟିଛି। ଏହି ଘଟଣା ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନେତୃତ୍ୱାଧୀନ ବିଜେପି ସରକାରରେ ଆଇନ-ଶୃଙ୍ଖଳା ଲାଗି ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖା ଯାଉଛି। ଯାହାକୁ ସାମ୍ପ୍ରଦାୟିକ ରୂପ ନ ଦେବା ପାଇଁ ସରକାର ବାରମ୍ବାର ଚେତାବନୀ ଦେଉଛନ୍ତି।

ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୋଲିସ ଏ ପର୍ଯ୍ୟନ୍ତ ୩ ଜଣଙ୍କୁ ଗିରଫ କରିଛି। ସେହିପରି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ନ୍ୟାୟ ନିମନ୍ତେ ଆଶ୍ୱାସନ ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଅଭିଯୁକ୍ତଙ୍କ ଲାଗି ମୃତ୍ୟୁ ଦଣ୍ଡ ଦାବି କରିବେ। ଏହି ଘଟଣାରେ ରାଜନୈତିକ ବିବାଦ ସୋମବାର ଆହୁରି ବଢି ଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପୀଡ଼ିତ ପରିବାରକୁ ଭେଟିବାକୁ ଦିଆଯାଉ ନାହିଁ। ତେବେ ତୃଣ ମୂଳ କଂଗ୍ରେସର ଡୋଲା ସେନ୍, ପ୍ରତିମା ମଣ୍ଡଳ ଓ ବିମାନ ବାନାର୍ଜୀଙ୍କ ପ୍ରତିନିଧି ମଣ୍ଡଳ ପୀଡ଼ିତ ପରିବାରକୁ ଭେଟିଥିବା ଜଣାପଡିଛି।

ସୋମବାର ଗଣମାଧ୍ୟମ ସହ ଆଲୋଚନାରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହାକୁ ଭୟାନକ ଅପରାଧ ଓ ଏହାର ତଦନ୍ତ ଲାଗି ସ୍ପେଶିଆଲ ଇନଭେଷ୍ଟିଗେସନ ଟିମ (ଏସଆଇଟି) ଗଠନ କରାଯାଇଥିବା କହିଛନ୍ତି। ସେ କହିଛନ୍ତି ଯେ ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି ଓ ଅନ୍ୟ ୩ ଜଣଙ୍କୁ ଅଟକ କରାଯାଇଛି। ଘଟଣା ପରେ ମୁଁ ପୀଡ଼ିତାଙ୍କ ପିତାଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିବା ବେଳେ ପରିବାର ପ୍ରଶାସନ ଠାରୁ ଯାହା ବି ଆଶା କରୁଛି ଆମେ ପୁରଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ ପୃଥକ ପୃଥକ ୪ଟି ଏତଲା ରୁଜୁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନ୍ୟାୟ ନିଶ୍ଚିତ ମିଳିବ ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ମାମଲାରେ ଆମେ ପୀଡ଼ିତ ପରିବାରକୁ ନ୍ୟାୟ ଦେବୁ ଓ ଦୋଷୀଙ୍କ ମୃତ୍ୟୁଦଣ୍ଡ ସୁନିଶ୍ଚିତ କରିବୁ। ତେବେ ଏହି ମାମଲାରେ ମୋବଲିଞ୍ଚିଂ ମଧ୍ୟ ହୋଇଛି। ଉତ୍ତେଜିତ ଭିଡ ଅପରାଧିକୁ ପିଟିପିଟି ମାରି ଦେଇଛନ୍ତି। ଏଥିରେ ସାମ୍ପ୍ରଦାୟିକତା ପ୍ରସଙ୍ଗ ମଧ୍ୟ ରହିଛି। ଉତ୍ତେଜିତ ଲୋକେ ପୋଲିସର ୩ଟି ବାହନ ପୋଡିଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ (ସିଏପିଏଫ)ର ୨ ଜଣ ଜବାନ ଆହତ ହୋଇଛନ୍ତି ଓ ରେଳ ଟ୍ରାକ୍ ଅବରୋଧ କରିବାକୁ ଉଦ୍ୟମ ହୋଇଛି। ବାକି ୩ଟି ମାମଲାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ। ଯିଏ ବି ଏଥିରେ ସାମିଲ ସେମାନଙ୍କୁ ମୂଲ୍ୟ ଦେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।



Source link

Leave A Reply

Your email address will not be published.