Voice of Eastern India

ବିଧାନସଭାରୁ ପାର୍ସଲ୍ ଆସିଛି… ବାସୁଦେବପୁର ବିଧାୟକଙ୍କ ମୋବାଇଲ୍ ହ୍ୟାକ୍


ବାସୁଦେବପୁର: ଆପଣଙ୍କ ବିଧାନସଭାରୁ ଏକ ପାର୍ସଲ ଆସିଛି। ଆପଣଙ୍କୁ ଏକ ନମ୍ବର ଦେବି ସେ ନମ୍ବରରେ ଫୋନ କଲେ ସେ ଆପଣଙ୍କ ଲୋକେସନରେ ଯାଇ ପହଞ୍ଚଯିବ। ଏଭଳି କହି ବାସୁଦେବପୁର ବିଧାୟକ ଅଶୋକ ଦାସଙ୍କ ମୋବାଇଲ ହ୍ୟାକ୍ କରିଦେଲେ ଦୁର୍ବୃତ୍ତ।

ମିଳିଥିବା ସୂଚନା ଅନୁସାରେ, ଶନିବାର ସକାଳ ସାଢ଼େ ୭ଟା ବେଳେ ବିଧାୟକଙ୍କୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ବିଧାୟକଙ୍କୁ ବିଧାନସଭାରୁ ଏକ ପାର୍ସଲ ଆସିଥିବା କହିଥିଲେ। ଆଉ ଏକ ନମ୍ବରରେ ଯୋଗାଯୋଗ କଲେ ପାର୍ସଲ ଲୋକେସନରେ ପହଞ୍ଚାଇଦେବା କଥା କହିଥିଲେ।

Also Read: DNA ରିପୋର୍ଟରୁ ଖୋଲିଲା ହତ୍ୟା ରହସ୍ୟ, ଅଢେଇ ବର୍ଷର ତଳର ଘଟଣାରେ ୩ ଅଭିଯୁକ୍ତ ଗିରଫ

ତେବେ ବିଧାୟକ ଉକ୍ତ ନମ୍ବରକୁ ଫୋନ କରିବା କରିଥିଲେ ବି କୌଣସି ଉତ୍ତର ମିଳିନଥିଲା। ହେଲେ ବିଧାୟକଙ୍କ ନମ୍ବର କିନ୍ତୁ ହ୍ୟାକ୍ ହୋଇଯାଇଥିଲା। ଆଉ ଏହା ପରେ ତାଙ୍କ ନମ୍ବରରୁ କିଛି ଲୋକଙ୍କୁ ଟଙ୍କା ମଗାଯାଇଥିଲା। ଏମିତିରେ ଶ୍ରୀ ଦାସ ତାଙ୍କ ମୋବାଇଲ ହ୍ୟାକ୍ ହୋଇଥିବା ଜାଣି ତୁରନ୍ତ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ସହ ଗଣମାଧ୍ୟମ ଜରିଆରେ, ତାଙ୍କ ନାଁରେ ଟଙ୍କା ମାଗୁଥିବା ଲୋକଙ୍କୁ ଟଙ୍କା ନେଦେବାକୁ ଅପିଲ୍ ମଧ୍ୟ କରିଛନ୍ତି ବିଧାୟକ।

 



Source link

Leave A Reply

Your email address will not be published.