ରଥଯାତ୍ରା ପାଇଁ ପୋଲିସ ପ୍ରଶାସନର ଚୂଡ଼ାନ୍ତ ପ୍ରସ୍ତୁତି, ସୁରକ୍ଷା ବ୍ୟବସ୍ଥାରେ ଯେଭଳି ତ୍ରୁଟି ନ ରହିବ ସବୁ ବରିଷ୍ଠ ଅଧିକାରୀଙ୍କୁ ଡିଜିପିଙ୍କ ପରାମର୍ଶ
ପୁରୀ ୪।୭: ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି । ପୁରୀ ଗସ୍ତରେ ଆସି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ । ପୁରୀ ଏସପିଙ୍କ କନଫରେନ୍ସ ହଲ୍ ଡିଜିଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ଚାଲିଛି । ବୈଠକରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଅତିରିକ୍ତ ପୋଲିସ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହିତ ସମସ୍ତ ପ୍ରସ୍ତୁତି ବିଷୟରେ ବିସ୍ତୃତ ଆଲୋଚନା କରୁଛନ୍ତି ପୋଲିସ ଡିଜି ।
ଚଳିତବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ଆଲୋଚନା ଚାଲିଛି । ଭକ୍ତଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଟ୍ରାଫିକ ଓ ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା ଚାଲିଛି । ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବ୍ୟାପକ ମାତ୍ରାରେ ସିସିଟିଭି କ୍ୟାମେରା ଲଗାଯାଇଛି । ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନ ରହିବ ସେନେଇ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ପୋଲିସ ଡିଜି ।
Also Read:- ଆସନ୍ତା ୭ରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ମିଟିଂ, ଯୋଗଦେବେ ୪ ରାଜ୍ୟର ସିଏସ୍ ଏବଂ ଡିଜିପି
ପୁରୀରେ ସମୀକ୍ଷା ପରେ ପୋଲିସ ଡିଜିଙ୍କ ସୂଚନା । ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୁରକ୍ଷା ଦାୟିତ୍ବରେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୧୨ ହଜାର ପୋଲିସ କର୍ମୀ ମୁତୟନ ରହିବେ । ୨୦୦ରୁ ଉର୍ଦ୍ଧ୍ୱ ଫୋର୍ସ ମୁତୟନ ରହିବେ । ୩ ହଜାର ହୋମଗାର୍ଡ, ୧୦ କମ୍ପାନୀ ସିଏପିଏଫ ଜବାନ ମୁତୟନ ରହିବେ । ଚଳିତ ବର୍ଷ ରଥଯାତ୍ରାରେ ପୋଲିସ ପାଇଁ ବର୍ଷା ହେବ ବଡ଼ ଚାଲେଞ୍ଜ । ସମସ୍ତ ଚାଲେଞ୍ଜକୁ ସାମ୍ନା କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ରଥଯାତ୍ରା ସୁପରିଚାଳନା ଦାୟିତ୍ଵରେ ରହିବେ ସୌମେନ୍ଦ୍ର ପ୍ରିୟଦର୍ଶୀ । ସମୀକ୍ଷା ପରେ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆଙ୍କ ସୂଚନା ।
