ଭୁବନେଶ୍ୱର ୩।୭: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ସ୍ୱାଭାବିକ କରିବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି । ଓଡ଼ିଶା ମେଡିକାଲ ସେବା ସଂଘ (OMSA)ର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିବା ପାଇଁ ରାଜ୍ୟ ସରକାର ସଂଘର କର୍ମକର୍ତ୍ତାଙ୍କୁ ଆମନ୍ତ୍ରଣ କରିଛନ୍ତି । ଏଥିସହିତ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଧର୍ମଘଟ ପ୍ରତ୍ୟାହାର କରିବା ସହ ସ୍ୱାସ୍ଥ୍ୟ ସେବା ସ୍ୱାଭାବିକ କରିବାକୁ ଅନୁରୋଧ କରାଯାଇଛି ।
Also Read:- ଡାକ୍ତରଙ୍କ ଧର୍ମଘଟ ଯୋଗୁ ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ
ଆସନ୍ତା ୪ ତାରିଖ ପୂର୍ବାହ୍ନ ୧୧ଟା ୩୦ମିନିଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ ।
