ଖବର ସରବରାହ ସଂସ୍ଥା ପିଟିଆଇ ଅନୁସାରେ, ଟେଲିଗ୍ରାମ ଓ ସିଗାନାଲକୁ ପଠାଯାଇଥିବା ନୋଟିସରେ ସରକାର ସେମାନଙ୍କର ପୂର୍ବରୁ ଥିବା ଯୁଜରନେମ ଫିଚରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ବିଶେଷକରି ଠକେଇ ଏବଂ ଅନ୍ୟର ପରିଚୟ ନେଇ ଠକିବା ଭଳି ଘଟଣାକୁ ରୋକିବା ପାଇଁ କମ୍ପାନୀଗୁଡ଼ିକ କେଉଁ ସୁରକ୍ଷା ବ୍ୟବସ୍ଥା କରିଛନ୍ତି, ସେ ସମ୍ପର୍କରେ ବିସ୍ତୃତ ତଥ୍ୟ ମାଗିଛନ୍ତି ସରକାର। ୟୁଜରନେମ ଫିଚରକୁ ଜାରି ରଖିବା ପାଇଁ କାହିଁକି ଅନୁମତି ଦିଆଯିବା ଉଚିତ୍ ବୋଲି ସରକାର ଟେଲିଗ୍ରାମକୁ ବିଶେଷ କରି ପ୍ରଶ୍ନ କରିଛନ୍ତି।
ସରକାର ଆଶଙ୍କା ହେଲା ଏହି ଫିଚର ଯୋଗୁ ଅନଲାଇନ୍ ଠକେଇ, ଫିସିଂ, ଡିଜିଟାଲ୍ ଆରେଷ୍ଟ ସ୍କାମ୍ ଭଳି ଅପରାଧ ବୃଦ୍ଧି ପାଇପାରେ। ତେଣୁ ସରକାର ହ୍ୱାଟ୍ସଆପକୁ ଏହି ଫିଚରର ରୋଲଆଉଟକୁ ତୁରନ୍ତ ସ୍ଥଗିତ ରଖିବାକୁ କହିଛନ୍ତି। କମ୍ପାନୀଗୁଡ଼ିକ ଉତ୍ତରରେ ସରକାର ସନ୍ତୁଷ୍ଟ ନହେଲା ପର୍ଯ୍ୟନ୍ତ ଏହାକୁ ଆରମ୍ଭ କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।
ଟାଇମ୍ସଅଫ ଇଣ୍ଡିଆର ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ବର୍ତ୍ତମାନ ସେହି ସମସ୍ତ ମେସେଜିଂ ପ୍ଲାଟଫର୍ମ ଉପରେ ମଧ୍ୟ ଯାଞ୍ଚ ବଢ଼ାଇଛି, ଯେଉଁମାନେ ପୂର୍ବରୁ ମୋବାଇଲ୍ ନମ୍ବର ବଦଳରେ ୟୁଜର ମାଧ୍ୟମରେ ୟୁଜରଙ୍କୁ କଣ୍ଟାକ୍ଟ କରିବାର ସୁବିଧା ଦେଉଛନ୍ତି।
