Voice of Eastern India

ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ, ଗୁରୁତର ଅବସ୍ଥାରେ ପୁତୁରା ମେଡିକାଲରେ ଭର୍ତ୍ତି


ଭଞ୍ଜନଗର: ଦିଅରର ଟାଙ୍ଗିଆ ଚୋଟରେ ଗଲା ଭାଉଜର ଜୀବନ ଗୁରୁତର ହେଲା ପୁତୁରା। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧିନ ପାଲକଷଣ୍ଢ ଗ୍ରାମରେ ବୁଧବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ଗାଁର ଗୌରାଙ୍ଗ ପ୍ରଧାନଙ୍କ ପତ୍ନୀ ଭାସି ପ୍ରଧାନ। ଗୁରୁତର ପୁତୁରାକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି। ତେବେ ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତକାଲି ଭାସିଙ୍କର ନିଜ ସ୍ବାମୀଙ୍କ ଭାଇର ପରିବାର ସହ ବଚସା ହୋଇଥିଲା। ଏହାକୁ କେନ୍ଦ୍ର କରି ପତ୍ନୀଙ୍କୁ ବିଲରେ ଛେଳି ଚରାଉଥିବା ବେଳେ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଭାସିଙ୍କ ସ୍ବାମୀ। ଅନ୍ୟପଟେ ଭାସିଙ୍କ ପୁଅ ଆକ୍ରମଣରେ ଗୁରୁତର ହୋଇଥବାରୁ ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

Also Read: ପୀତବାସ ପଣ୍ଡା ହତ୍ୟା କେସ୍ରେ ନୂଆ ଟ୍ୱିଷ୍ଟ, ବିକ୍ରମ ପଣ୍ଡାଙ୍କ ଉପରୁ ଉଠିଲା ହତ୍ୟା ଦଫା

ତେବେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ଘଟଣାସ୍ଥଳରେ ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଏବଂ ଏସଡିପିଓ ଡ. ଦୀପକ କୁମାର ମିଶ୍ର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିବା ବେଳେ ୩ ଜଣଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।



Source link

Leave A Reply

Your email address will not be published.