Voice of Eastern India

IND vs ENG: ଅଭିଷେକ-ଆୟରଙ୍କ ଅର୍ଦ୍ଧଶତକ, ଇଂଲଣ୍ଡକୁ ୧୯୦ ରନ ଟାର୍ଗେଟ୍ ଦେଲା ଭାରତ


ଚେଷ୍ଟର-ଲି-ଷ୍ଟ୍ରିଟ୍: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ଶ୍ରେୟସ ଆୟରଙ୍କ ଅଧିନାୟକତ୍ବ ଇନିଂସ। ଚେଷ୍ଟର-ଲି-ଷ୍ଟ୍ରିଟରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଭାରତ ୭ ଓ୍ଵିକେଟ୍ ହରାଇ ୧୮୯ ରନର ଚ୍ୟାଲେଞ୍ଜିଂ ସ୍କୋ କରିଛି। ଘରୋଇ ଇଂଲଣ୍ଡ ଆଗରେ ୧୯୦ ରନର ବିଜୟ ଲକ୍ଷ୍ୟ ରହିଛି। ଶ୍ରେୟସ ଆୟର ୭୫ ରନର ଇନିଂସ ଖେଳିଥିବା ବେଳେ ଅଭିଷେକ ଶର୍ମା ୫୯ ରନ କରିଛନ୍ତି। ଶିବମ ଦୁବେ ୪୨ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଇଂଲଣ୍ଡ ପକ୍ଷରୁ ସାକିବ ମହମୁଦ ସର୍ବାଧିକ ୩ ଓ୍ଵିକେଟ୍ ନେଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ନିରାଶଜନକ ଥିଲା। ଓପନର ସଞ୍ଜୁ ସାମସନ(୧ ରନ) ପୁଣି ଥରେ ନିରାଶ କରିଥିଲେ। ଇଶାନ କିଷନ ଖାତା ଖୋଲିବା ପୂର୍ବରୁ ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହୋଇଥିଲେ। ଏହା ପରେ ଅଭିଷେକ ଶର୍ମା ଓ ଅଧିନାୟକ ଶ୍ରେୟସ ଆୟର ଇନିଂସ ସମ୍ଭାଳିଥିଲେ। ବିଶେଷ କରି ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୨୦ ବଲରୁ ଅର୍ଦ୍ଧଶତକ ପୂରଣ କରି ଭାରତର ସ୍ଥିତି ମଜବୁତ କରିଥିଲେ। ଦୁଇ ବ୍ୟାଟର ୩ୟ ଓ୍ଵିକେଟ୍ ପାଇଁ ୮୨ ରନ ଯୋଡ଼ିଥିଲେ।

ଅଭିଷେକ ୨୪ ବଲରୁ ୬ ଚୌକା ୪ ଛକା ସହ ୫୯ ରନ କରିଥିଲେ। ତିଳକ ବର୍ମା ୧୩ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ଶ୍ରେୟସ ଧୈର୍ଯ୍ୟର ସହ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ୪୭ ବଲରୁ ୬୮ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ହେଲେ ଶେଷ ଆଡ଼କୁ ଶିବମ ଦୁବେ ଧୂଆଁଧାର ବ୍ୟାଟିଂ କରିଥିଲେ। ୨୧ ବଲରୁ ୪୨ ରନ କରିବାରୁ ଭାରତ ୭ ଓ୍ଵିକେଟ୍ ହରାଇ ୧୮୯ ରନ କରି ପାରିଛି। ଇଂଲଣ୍ଡ ସମ୍ମୁଖରେ ୧୯୦ ରନର ବିଜୟ ଲକ୍ଷ୍ୟ ରହିଛି।



Source link

Leave A Reply

Your email address will not be published.