Voice of Eastern India

ଜୁଲାଇରେ ୧୨ ଦିନ ବ୍ୟାଙ୍କ ବନ୍ଦ… ଆପଣଙ୍କ ରାଜ୍ୟରେ କେବେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ତାହା ଜାଣନ୍ତୁ


ନୂଆଦିଲ୍ଲୀ ୩୦।୦୬; ଜୁଲାଇ ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଜୁଲାଇ ମାସରେ ପାଖାପାଖି ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ ରବିବାର ଓ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ମଧ୍ୟ ସାମିଲ ଅଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଛୁଟିଦିନ ବିଷୟରେ ବ୍ୟାଙ୍କ ଗ୍ରାହକମାନଙ୍କୁ ସୂଚନା ଦେବା ପାଇଁ ଏକ ବିସ୍ତୃତ ମାସିକ ଛୁଟି ତାଲିକା ପ୍ରକାଶ କରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶାବଳୀ ଅନୁସାରେ, ଏହି ଛୁଟିଗୁଡ଼ିକ ବିଭିନ୍ନ ରାଜ୍ୟର ସ୍ଥାନୀୟ ପର୍ବ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଜନ୍ମବାର୍ଷିକୀ ଉପରେ ଆଧାରିତ । ଏହି ସମୟ ମଧ୍ୟରେ ଅନଲାଇନ୍ ବ୍ୟାଙ୍କିଂ ସେବା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ରହିବ ।

ସାପ୍ତାହିକ ଛୁଟିଦିନର ତାଲିକା ( ସାରା ଦେଶରେ ପ୍ରଯୁଜ୍ୟ):

ଜୁଲାଇ ୫: ରବିବାର (ସାପ୍ତାହିକ ଛୁଟି)

ଜୁଲାଇ ୧୧: ଦ୍ୱିତୀୟ ଶନିବାର (ସାପ୍ତାହିକ ଛୁଟି)

ଜୁଲାଇ ୧୨: ରବିବାର (ସାପ୍ତାହିକ ଛୁଟି)

ଜୁଲାଇ ୧୯: ରବିବାର (ସାପ୍ତାହିକ ଛୁଟି)

ଜୁଲାଇ ୨୫: ଚତୁର୍ଥ ଶନିବାର (ସାପ୍ତାହିକ ଛୁଟି)

ଜୁଲାଇ ୨୬: ରବିବାର (ସାପ୍ତାହିକ ଛୁଟି)

ଆଞ୍ଚଳିକ ଏବଂ ରାଜ୍ୟସ୍ତରୀୟ ଛୁଟିଦିନ:

ସାପ୍ତାହିକ ଛୁଟି ବ୍ୟତୀତ, ଦେଶର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପର୍ବପର୍ବାଣୀ ଯୋଗୁଁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଜୁଲାଇ ୬ (ସୋମବାର): MHIP ଦିବସ ଯୋଗୁଁ ମିଜୋରାମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଜୁଲାଇ ୯ (ଗୁରୁବାର): ବେହଦେହିନଖଲାମ ପର୍ବ ଅବସର ମେଘାଳୟରେ ବ୍ୟାଙ୍କ ବନ୍ଦ ।

ଜୁଲାଇ ୧୬ (ଗୁରୁବାର): ରଥଯାତ୍ରା / କଙ୍ଗ/ ହରେଲାର ପବିତ୍ର ଅବସରରେ ଓଡ଼ିଶା, ଉତ୍ତରାଖଣ୍ଡ, ମଣିପୁର ଏବଂ ମେଘାଳୟରେ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ।

ଜୁଲାଇ ୧୭ (ଶୁକ୍ରବାର): ୟୁ ତିରତ ସିଂହଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ମେଘାଳୟରେ ବ୍ୟାଙ୍କଗୁଡ଼ିକ ବନ୍ଦ ।

ଜୁଲାଇ ୧୮ (ଶନିବାର): ଦ୍ରୁକପା ତ୍ସେ-ଜି ବୌଦ୍ଧ ପର୍ବ ଯୋଗୁଁ ସିକ୍କିମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଜୁଲାଇ ୨୨ (ବୁଧବାର): ଖାରଚି ପୂଜାର ପବିତ୍ର ଅବସରରେ ତ୍ରିପୁରାରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

ଡିଜିଟାଲ୍ ଏବଂ ଅନଲାଇନ୍ ବ୍ୟାଙ୍କିଂ ସେବା କାର୍ଯ୍ୟକ୍ଷମ ରହିବ

ବ୍ୟାଙ୍କ ଶାଖା ବନ୍ଦ ରହିବା ସତ୍ତ୍ୱେ, ଗ୍ରାହକମାନଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସମସ୍ତ ଡିଜିଟାଲ୍ ମାଧ୍ୟମ, ଯେପରିକି UPI, ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଏବଂ ATM ସେବା, ସପ୍ତାହର ସାତ ଦିନ, ୨୪ ଘଣ୍ଟା ବିନା ବାଧାରେ କାର୍ଯ୍ୟ କରିବ । ଗ୍ରାହକମାନେ ସହଜରେ ପାଣ୍ଠି ସ୍ଥାନାନ୍ତର କରିପାରିବେ ଏବଂ ଅନଲାଇନ୍ ପେମେଣ୍ଟ କରିପାରିବେ ।



Source link

Leave A Reply

Your email address will not be published.