Voice of Eastern India

ଅଯୋଧ୍ୟା ରାମମନ୍ଦିର ଦାନ ହେରଫେର ଅଭିଯୁକ୍ତ ୧୨ ହଜାର ଟଙ୍କା ବେତନରେ ନିର୍ମାଣ କରିଛି ୨୫ଲକ୍ଷର କୋଠା!


ଅଯୋଧ୍ୟା: ରାମମନ୍ଦିର କଥିତ ଦାନ ଚୋରି ଅଭିଯୋଗରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅନ୍ୟତମ ଲବକୁଶ ମିଶ୍ର ମନ୍ଦିର ଟ୍ରଷ୍ଟରେ ନିଯୁକ୍ତିର ମାତ୍ର କିଛି ମାସ ପରେ ଏକ ଜମି କିଣି ବିପୁଳ ବ୍ୟୟରେ ଏକ ଭବ୍ୟ ଭବନ ନିର୍ମାଣ ଆରମ୍ଭ କରିଥିଲା। ମିଶ୍ରଙ୍କ ଆର୍ଥିକ ନେଣ-ଦେଣ ଓ ସମ୍ପତ୍ତି କ୍ରୟର ଗହନ ଯାଞ୍ଚ କାଳରେ ଏହି ବିବରଣୀ ସାମ୍ନାକୁ ଆସିଛି, ଯାହା ମନ୍ଦିର ଅଡିଟ ବିଭାଗରେ ତାଙ୍କ ସ୍ଥିତି ଅନୁସାରେ ସମ୍ଭବ ନୁହେଁ ବୋଲି ଜଣାପଡିଛି।

ଲବକୁଶ ମିଶ୍ର ଅଯୋଧ୍ୟା ରାମମନ୍ଦିର ପ୍ରଶାସନରେ ଯୋଗ ଦେବାର ପାଖାପାଖି ୧ ବର୍ଷ ପରେ ଏହି ସମ୍ପତ୍ତିକୁ ତାଙ୍କ ପତ୍ନୀ ସୁପ୍ରିୟା ମିଶ୍ରଙ୍କ ନାମରେ କିଣିଥିଲେ। ଅଯୋଧ୍ୟା-ଲକ୍ଷ୍ମୌ ରାଜମାର୍ଗର ଶାହାଦତଗଞ୍ଜ-ବନବୀରପୁର ଅଞ୍ଚଳରେ ଥିବା ଏହି ଭୂଖଣ୍ଡକୁ ସେ ୮ଲକ୍ଷ ୮୦ ହଜାର ଟଙ୍କା ଘୋଷିତ ମୂଲ୍ୟରେ କ୍ରୟ କରିଥିଲେ। ଜମି ଓ ତା ଉପରେ ନିର୍ମିତ ଘରର ବର୍ତ୍ତମାନ ବଜାର ମୂଲ୍ୟ ୨୫ ଲକ୍ଷ ଟଙ୍କା ଆକଳନ କରାଯାଉଛି। ପାଖାପାଖି ୧ ହଜାର ବର୍ଗଫୁଟର ଜମି ଉପରେ ଏକ ଦ୍ୱିତଳ ପ୍ରାସାଦର ନିର୍ମାଣ କାମ ଚାଲିଛି। ଘରର ଅଧିକାଂଶ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବା ବେଳେ ଏବେ ବିଦ୍ୟୁତ ୱେରିଂ କାମ ଚାଲିଛି।

ପଡୋଶୀଙ୍କ ଅନୁସାରେ ଏହି ଘରର ନିର୍ମାଣ କାର୍ଯ୍ୟ ଗତବର୍ଷ ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା। ଘର ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ଲବକୁଶ ମିଶ୍ର ଓ ପରିବାର ଲୋକେ ନିୟମିତ ଘର ଦେଖରେଖ କରିବାକୁ ଆସୁଥିଲେ। ପଡୋଶୀ ରାଜକୁମାର ପାଣ୍ଡେ ଯିଏ ସମ୍ପତ୍ତି ଲବକୁଶ ମିଶ୍ରଙ୍କର ବୋଲି ଚିହ୍ନଟ କରିଛନ୍ତି କହିଛନ୍ତି ଯେ ଅଭିଯୁକ୍ତ ନିୟମିତ ଏଠାକୁ ଯିବା ଆସିବା କରୁଥିଲା। କିଛି ସମୟ ପୂର୍ବର ଘରର ନିର୍ମାଣ କାର୍ଯ୍ୟ ଚାଲୁଥିଲା ଓ ନିୟମିତ ଶ୍ରମିକ ଆସୁଥିଲେ। ହେଲେ ରାମ ମନ୍ଦିର ଦାନ ଚୋରି ଅଭିଯୋଗ ହେବା ପରେ ମାଲିକ କି ଶ୍ରମିକ କାହାର ଦେଖା ନଥିବା କହିଛନ୍ତି।

ଏହି ଘଟଣା ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଖାସ କରି ଏଥି ପାଇଁ ଯେ ରାମ ମନ୍ଦିର ଟ୍ରଷ୍ଟରେ କାମ କରି ମିଶ୍ର ମାସିକ ୧୨ରୁ ୧୫ ହଜାର ଟଙ୍କା ମଧ୍ୟରେ ବେତନ ପାଉଥିଲେ। ୨୭ ବର୍ଷ ବୟଷ୍କ ଲବକୁଶ ମିଶ୍ର ନଗଦ ଦାନ ଗଣୁଥିବା କର୍ମଚାରୀଙ୍କ ମଧ୍ୟରେ ଜଣେ ଥିଲା। ପୋଲିସ ଏହି ମାମଲାରେ ଲବକୁଶ ମିଶ୍ର ଓ ଅନ୍ୟ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଛି। ନିକଟରେ ହୋଇଥିବା ଚଢଉରେ ଲବକୁଶ ମିଶ୍ର ଘରୁ ୧୨ ଲକ୍ଷ ଟଙ୍କା ମିଳିଥିଲା। ଅଯୋଧ୍ୟା ରାମ ମନ୍ଦିର ଦାନ ହେରଫେର ମାମଲା ନିକଟରେ ସାମ୍ନାକୁ ଆସିଛି। ଅଭିଯୋଗ ହେଉଛି ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ଅନୁନ୍ୟ ୭ କୋଟି ଟଙ୍କା ନଗଦ ଓ ଅନ୍ୟ ଆଭୂଷଣ ଗବନ କରିଥିବାର ସନ୍ଦେହ କରାଯାଉଛି।



Source link

Leave A Reply

Your email address will not be published.