Voice of Eastern India

ମିଠା ଖୁଆଇ ଜୁଏଲାରୀରୁ ଲୁଟ କରିନେଇଥିଲେ ୭୦୦ ଗ୍ରାମ ସୁନା ଗହଣା, କନ୍ୟାକୁମାରୀରୁ ଗିରଫ କଲା ପୋଲିସ


ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏକ ସୁନା ଦୋକାନରୁ ୭୦୦ ଗ୍ରାମ ସୁନା ଗହଣା ଚୋରି କରିଥିବା ଅଭିଯୋଗରେ କନ୍ୟାକୁମାରୀରୁ ଦୁଇ ଡକାୟତ ଗିରଫ ।୨୦୨୧ରେ ମାଲକାନଗିରି ସହରର ପ୍ରସାଦ ଜୁଏଲର୍ସର ମାଲିକ ସୁବାଷ ପାଟିଲଙ୍କୁ ପୂଜା ଭୋଗ କହି ନିଶା ଯୁକ୍ତ ମିଠା ଖୁଆଇ ୭୦୦୦ ଗ୍ରାମ ସୁନା ଗହଣା ଲୁଟି ନେଇଥିଲେ ଏହି ଡକାୟତ। ହେଲେ ଦୀର୍ଘ ପାଞ୍ଚ ବର୍ଷ ପରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଦୁଇ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି।

କନ୍ୟାକୁମାରୀରୁ ଗିରଫ ହୋଇଥିବା ଏହି ପୁରୁଷ ଓ ମହିଳା ଅଭିଯୁକ୍ତଙ୍କ ଠାରୁ ପୋଲିସ ଦୁଇ ଶହ ଗ୍ରାମ ତରଳ ସୁନା, ଦୁଇଟି ପିସ୍ତଲ, ୯ଟି ଅଫୁଟା ଗୁଳି, ଦୁଇଟି ସୁନା ତରଳା ମେସିନ, ଗୋଟିଏ ଲାପଟପ ଓ ଗୋଟିଏ ମୋଟର ସାଇକେଲ ଜବତ କରି କୋର୍ଟ ଚାଲାଣ କରିଛି। ଦୁଇ ଡକାୟତଙ୍କ ପରିଚୟ ଆନ୍ଧ୍ର ପ୍ରଦେଶ ଗୁଣ୍ଟୁର ଜିଲ୍ଲାର ମଦାସୁ ଜନ ପଲ୍ ଓରଫ ଜଗଦୀଶ ଓ ଇନ୍ତୁରି ଓରୁଣା ଓରଫ ଅର୍ଚ୍ଚନା ବୋଲି ଜଣାପଡ଼ିଛି ।

Also Read: ଫୟାଜ୍ ପ୍ରେମଜୀ କିଏ ? ୧୫,୦୦୦ ଲୋକଙ୍କୁ ମାରିବାକୁ କରିଥିଲା ଯୋଜନା, ଏବେ କଲା ବଡ଼ ଖୁଲାସା



Source link

Leave A Reply

Your email address will not be published.