ପୁରୀ ୨୯।୬: ଆସୁଛି କି ମହାବିପତ୍ତି ! ଏ କି ସଙ୍କେତ ଦେଲେ ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ମହାବାହୁଙ୍କ ସ୍ନାନଯାତ୍ରା ବେଳେ ସ୍ନାନ ବେଦୀରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆଳତୀ ବେଳେ ଘଟିଲା ଅଘଟଣ । ଗଜପତି ମହାରାଜା ଛେରା ପହଁରା କରି ଜଗନ୍ନାଥଙ୍କୁ ଆଳତୀ ବେଳେ ଲିଭିଗଲା ଦୀପ । ଚାଲିଥିଲା ରାଜନୀତି ଓ ବନ୍ଦାପନା । ଆଉ ଏଭଳି ଆଳତୀ ଲିଭିବା ଘଟଣା ଭକ୍ତ ଶ୍ରଦ୍ଧାଳୁଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି । ଯାହାକୁ ନେଇ କିଛି ମହାବିପଦ ଆସିପାରେ ବୋଲି ମନରେ ଭୟ ସୃଷ୍ଟି ହେଉଛି । ଏମିତି କିଛି ସଙ୍କେତ ଦେଉଛନ୍ତି କି ମହାପ୍ରଭୁ ।
ପୂର୍ବରୁ ଅନେକ କିଛି ଏଭଳି ଘଟଣା ଘଟିବାର ନଜିର ରହିଛି । କେତେବେଳେ ନୀଳଚକ୍ରରେ ଚିଲ ବସିଲାଣି ତ ଆଉ କେତେବେଳେ ପତିତପାବନ ବାନାକୁ ଚିଲ ଉଡ଼ାଇ ନେଲାଣି । ଏମିତି କି ପତିତପାବନ ବାନା ଓଲଟା ଉଡ଼ିବା ଭଳି ଘଟଣା ମାନ ଘଟିଛି । ଗୋଟିଏ ପଟେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହେଉଥିବା ବେଳେ ଅନ୍ୟପଟେ ଏଭଳି ଦୃଶ୍ୟ ଭକ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।
Also Read:- ସ୍ନାନ ମଣ୍ଡପରେ ଶ୍ରୀଜିଉ, ଗଜାନନ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ଗଜାନନ ବେଶରେ ସଜେଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ନୀତି ସମାପନ ପରେ ବିଭିନ୍ନ ଅଳଙ୍କାର ପରିଧାନ କରିଛନ୍ତି ଶ୍ରୀଜିଉ । ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁଦର୍ଶନ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାବହୁ ଶ୍ରୀଜଗନ୍ନାଥ । ସ୍ନାନ ପୂର୍ଣ୍ଣିମା ଅବସରରେ ପହଣ୍ଡି ଶେଷ କରି ସ୍ନାନବେଦୀରେ ବିଜେ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି । ଏହାପରେ ହୋଇଥିଲା ମଙ୍ଗଳ ଆଳତୀ । ପରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ଦିବ୍ୟ ସ୍ନାନ ନୀତି । ଏହି ଦିବ୍ୟ ମୂହୁର୍ତ୍ତକୁ ଦର୍ଶନ କରିଥିଲେ ଲକ୍ଷ ଲକ୍ଷ ଭକ୍ତ । ୧୦୮ କଳସୀ ସୁବାସିତ ଜଳରେ ସ୍ନାନ କରିଥିଲେ ଚତୁର୍ଦ୍ଧାମୂର୍ତ୍ତି ।
ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ନାନବେଦୀରେ ପହଞ୍ଚିଥିଲେ । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହିତ ଛେରାପହଁରା ନୀତି ସମ୍ପାପନ କରିଥିଲେ । ଛେରାପହଁରା ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ‘ଗଜାନନ ବେଶ’ ଆରମ୍ଭ ହୋଇଥିଲା । ଗଜାନନ ବେଶରେ ସଜ୍ଜେଇ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବିଭିନ୍ନ ଅଳଙ୍କାର ପରିଧାନ କରିଛନ୍ତି ଶ୍ରୀଜିଉ । କିଛି ସମୟ ପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ସୁଦର୍ଶନ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାବହୁ ଶ୍ରୀଜଗନ୍ନାଥ । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
