ମାହାଙ୍ଗା ୨୮।୦୬ : ତାସ ଖେଳକୁ କେନ୍ଦ୍ରକରି ବିୟର ବୋତଲରେ ଆକ୍ରମଣ। ଜଣେ ଗୁରୁତର। କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ମାଟିପାରିଲୋ ଗାଁରେ ତାସ ଖେଳକୁ ନେଇ ସଂଘବଦ୍ଧ ଭାବେ ଜଣେ ବ୍ୟକ୍ତିଙ୍କୁ ବିୟର ବୋତଲରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି ହୋଇଛନ୍ତି।
ମାଟିପାରିଲୋ ଗ୍ରାମର କିଛି ଲୋକ ସନ୍ଧ୍ୟାରେ ଗାଁ ଛକରେ ତାସ ଖେଳୁଥିଲେ। ତ୍ରିନାଥ ସାମଲ ବସି ଖେଳ ଦେଖୁଥିଲେ ।ତାସ ପତା ପକାଇବାକୁ ନେଇ ସେହି ଗ୍ରାମର ଜୟନ୍ତ ସାମଲଙ୍କ ସହ ତ୍ରିନାଥରଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ଏହି ଘଟଣାକୁ ନେଇ ତ୍ରିନାଥଙ୍କ ବାପା ସୁବାସ ସାମଲଙ୍କୁ ଆକ୍ରମଣ ହୋଇଛି। ଜୟନ୍ତ ସାମଲଙ୍କ ଭାଇ ଯଶୋବନ୍ତ ଏକ ବିୟର ବୋତଲ ଭାଙ୍ଗି ସୁବାସଙ୍କ ଛାତିରେ ପୁରାଇ ଦେଇଥିବାରୁ ସେ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ ତୁରନ୍ତ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ତାଙ୍କୁ କଟକ ରେଫର କରିଛନ୍ତି। ସୁବାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁରୁତର ରହିଛି।
Also Read:- IRGC Attacks US Bases: ଆମେରିକୀୟ ବେସ୍ ଉପରେ ଇରାନର ମିସାଇଲ ମାଡ଼, କୁଏତ ଓ ବାହାରିନରେ ଉତ୍ତେଜନା, ଇରାନକୁ ଟ୍ରମ୍ପଙ୍କ ଧମକ
