Voice of Eastern India

Nirjala Ekadashi 2026: ଗୁରୁବାର ନିର୍ଜଳା ଏକାଦଶୀ, ଧନ ପ୍ରାପ୍ତିର ଅପାର ସୁଯୋଗ, କରନ୍ତୁ ନାହିଁ ଏହି ୩ଟି ଭୁଲ୍


ନିର୍ଜଳା ଏକଦାଶୀ: ବର୍ଷ ସାରାର ସମସ୍ତ ଏକାଦଶୀ ମଧ୍ୟରେ ନିର୍ଜଳା ଏକାଦଶୀକୁ ସବୁଠାରୁ ଶ୍ରେଷ୍ଠ ଏବଂ ଫଳଦାୟୀ ବିବେଚନା କରାଯାଏ । ମାନ୍ୟତା ଅଛି ଯେ, ଏହି ଦିନ ନିର୍ଜଳା ବ୍ରତ ରଖିବା ଦ୍ୱାରା ବର୍ଷ ସାରାର ସମସ୍ତ ଏକାଦଶୀର ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ୨୦୨୬ ଜୁନ୍ ୨୫ରେ ପଡ଼ୁଥିବା ଏହି ଏକାଦଶୀକୁ ଧାର୍ମିକ ମହତ୍ତ୍ୱ ସହ ଆର୍ଥିକ ସମୃଦ୍ଧି ଏବଂ ମାନସିକ ଶାନ୍ତି ପାଇଁ ମଧ୍ୟ ବିଶେଷ ବିବେଚନା କରାଯାଏ ।

ନିର୍ଜଳା ଏକାଦଶୀ ୨୦୨୬: ଶୁଭ ତିଥି ଏବଂ ସମୟ

ନିର୍ଜଳା ଏକାଦଶୀ ବ୍ରତ ଜୁନ୍ ୨୫ ପଡ଼ିବ । ଏକାଦଶୀ ତିଥିର ଆରମ୍ଭ ଜୁନ୍ ୨୪ ସନ୍ଧ୍ୟାରୁ ହୋଇଯିବ । ଏହା ୨୫ ଜୁନ୍ ସନ୍ଧ୍ୟା/ରାତି ପର୍ଯ୍ୟନ୍ତ ରହିବ । ତିଥି ମାନ୍ୟତା ଅନୁସାରେ, ବ୍ରତଧାରୀମାନେ ଜୁନ୍ ୨୫ ଦିନ ହିଁ ଉପବାସ ରଖିବେ ।

ଶାସ୍ତ୍ରରେ ନିର୍ଜଳା ଏକାଦଶୀ ଦିନ କିଛି ବିଶେଷ ଉପାୟ ବିଷୟରେ ଉଲ୍ଲେଖ ରହିଛି, ଯାହାକୁ କରିବା ଦ୍ୱାରା ଆର୍ଥିକ ପ୍ରତିବନ୍ଧକ ଦୂର ହୁଏ ଏବଂ ଘରେ ସୁଖ-ସମୃଦ୍ଧି ବାସ କରେ ।

ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା: ଏହି ଦିନ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା ନିଶ୍ଚତ କରନ୍ତୁ । ପୂଜାରେ ଶୁଦ୍ଧ ଘିଅର ଦୀପ ଜାଳି ସେମାନଙ୍କୁ କେଶର ଯୁକ୍ତ କ୍ଷୀରି କିମ୍ବା ହଳଦିଆ ରଙ୍ଗର ଫଳ ଭୋଗ ଲଗାନ୍ତୁ । ଏହାଦ୍ୱାରା ଘରକୁ ଧନ ଆସିଥାଏ ।

ଅଶ୍ୱତ୍ଥ ଗଛର ପୂଜା: ଏକାଦଶୀ ଦିନ ସନ୍ଧ୍ୟା ସମୟରେ ଅଶ୍ୱତ୍ଥ ଗଛ ପାଖରେ ଘିଅର ଦୀପ ଜାଳନ୍ତୁ । ବିଶ୍ୱାସ ରହିଛି ଯେ ଅଶ୍ୱତ୍ଥ ଗଛରେ ସାକ୍ଷାତ ଭଗବାନ ବିଷ୍ଣୁ ବାସ କରନ୍ତି, ଯାହା ଆର୍ଥିକ ଅନାଟନ ଦୂର କରିବାରେ ସହାୟକ ହୋଇଥାଏ ।

ଦାନର ରହିଛି ବିଶେଷ ମହତ୍ତ୍ୱ : ନିର୍ଜଳା ଏକାଦଶୀରେ ଜଳ ଦାନକୁ ସବୁଠାରୁ ବଡ଼ ପୁଣ୍ୟ ବୋଲି ଧରାଯାଏ । ତୃଷାର୍ତ୍ତଙ୍କୁ ପାଣି ପିଆଇବା କିମ୍ବା ସାର୍ବଜନୀନ ସ୍ଥାନରେ ଜଳଛତ୍ର ଖୋଲିବା ଦ୍ୱାରା ଭାଗ୍ୟ ବଳବାନ ହୋଇଥାଏ।

ମନ୍ତ୍ର ଜପ: ଏହି ଦିନ “ଓଁ ନମୋ ଭଗବତେ ବାସୁଦେବାୟ” ମନ୍ତ୍ରକୁ ୧୦୮ ଥର ଜପ କରିବା ଅତ୍ୟନ୍ତ ଶୁଭ ମାନାଯାଏ।

ନିର୍ଜଳା ଏକାଦଶୀ ବ୍ରତ ଅତ୍ୟନ୍ତ କଠୋର ହୋଇଥାଏ । ଯଦି ଆପଣ ସ୍ୱାସ୍ଥ୍ୟଗତ କାରଣରୁ ନିର୍ଜଳା ରହିପାରିବେ ନାହିଁ, ତେବେ ଆପଣ ଫଳ ଆହାର କରି ମଧ୍ୟ ଏହି ବ୍ରତ ରଖିପାରିବେ । କିନ୍ତୁ ମନରେ ଶ୍ରଦ୍ଧା ଭାବ ରହିବା ଦରକାର । ଘରେ କଳହରୁ ଦୂରେଇ ରୁହନ୍ତୁ ଏବଂ ନିଜ ବାଣୀରେ ମଧୁରତା ରଖନ୍ତୁ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର କୌଣସି ପ୍ରମାଣ ପ୍ରଦାନ କରେ ନାହିଁ।)



Source link

Leave A Reply

Your email address will not be published.