PC Inside Keyboard: କିବୋର୍ଡ ଭିତରେ ଲୁଚିଛି ପୂରା କମ୍ପ୍ୟୁଟର: ଜାଣନ୍ତୁ HP Eliteboard G1a ର ଦାମ୍, ଶକ୍ତିଶାଳୀ ଫିଚର୍ସ
ଟେକ୍ ଜଗତରେ HP ଏକ ନୂଆ ଏବଂ ଆକର୍ଷଣୀୟ ଡିଭାଇସ୍ ‘HP Eliteboard G1a’ ବଜାରକୁ ଆଣିଛି। ଏହା କେବଳ ଏକ ସାଧାରଣ କିବୋର୍ଡ ଭଳି ଦେଖାଯାଉଥିଲେ ମଧ୍ୟ ଏହି କିବୋର୍ଡ ଭିତରେ ଏକ ସମ୍ପୂର୍ଣ୍ଣ କମ୍ପ୍ୟୁଟର ଲୁଚି ରହିଛି। ଯଦିଓ ଏହା ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ଏବଂ ପୋର୍ଟେବଲ୍, ତଥାପି ଏହାର ଦାମ୍ ବେଶ୍ ଅଧିକ ରହିଛି ଏବଂ କିଛି ସଫ୍ଟୱେର୍ ସମସ୍ୟା ମଧ୍ୟ ଏଥିରେ ଦେଖିବାକୁ ମିଳିଛି।
୧. କିବୋର୍ଡ ଭିତରେ ଶକ୍ତିଶାଳୀ କମ୍ପ୍ୟୁଟର
ଏହା ଦେଖିବାକୁ ଏକ ନମ୍ବର-ପ୍ୟାଡ୍ ଥିବା ସାଧାରଣ କିବୋର୍ଡ ଭଳି, କିନ୍ତୁ ଏହା ଭିତରେ କମ୍ପ୍ୟୁଟରର ସମସ୍ତ ଯନ୍ତ୍ରାଂଶ ରହିଛି। ଏହାକୁ ଏକ ମନିଟର୍ କିମ୍ବା ଟିଭି ସହ ଯୋଡ଼ିଦେଲେ ଏହା ଏକ ଡେସ୍କଟପ୍ ପାଲଟିଯାଏ। ବେସ୍ ମଡେଲରେ AMD ରାଏଜେନ୍ AI 5 330 କିମ୍ବା 340 ପ୍ରୋସେସର୍, ରାଡିଅନ୍ ଗ୍ରାଫିକ୍ସ, 16GB RAM ଏବଂ 512GB SSD ମଧ୍ୟ ରହିଛି। ଭାରତରେ ଏହାର ଦାମ୍୧,୩୫,୭୧୪ ଟଙ୍କାଏବଂ୧,୪୫,୭୧୪ ଟଙ୍କାରଖାଯାଇଛି।
୨. ପୋର୍ଟାବିଲିଟି ଏବଂ ବ୍ୟାଟେରୀ ବ୍ୟାକଅପ୍
ଏହାକୁ ଅତି ସହଜରେ ନିଜ ବ୍ୟାଗ୍ରେ ରଖି ଯେକୌଣସି ସ୍ଥାନକୁ ନିଆଯାଇପାରିବ। କମ୍ପ୍ୟୁଟରକୁ ଥଣ୍ଡା ରଖିବା ପାଇଁ ଏଥିରେ ଫ୍ୟାନ୍ ଲାଗିଛି, ଯାହା ଗରମ ପବନକୁ ବାହାରକୁ ଛାଡ଼ିଥାଏ, ତେଣୁ ବ୍ୟବହାର ବେଳେ କିବୋର୍ଡ ଆଦୌ ଗରମ ହୁଏନାହିଁ। ସବୁଠାରୁ ବଡ଼ କଥା ହେଲା, ଏଥିରେ32Wର ଇନବିଲ୍ଟ ବ୍ୟାଟେରୀରହିଛି ଯାହା ପ୍ରାୟ୪ ଘଣ୍ଟା୩୦ ମିନିଟ୍ ପର୍ଯ୍ୟନ୍ତ ବ୍ୟାକଅପ୍ ଦେଇଥାଏ। ଫଳରେ ଗୋଟିଏ ଡିସ୍ପ୍ଲେରୁ ଖୋଲି ଅନ୍ୟ ଡିସ୍ପ୍ଲେରେ ଲଗାଇବା ସମୟରେ କମ୍ପ୍ୟୁଟରକୁ Shut down କରିବାକୁ ପଡ଼େନାହିଁ।
୩. ବଡ଼ ସମସ୍ୟା: ପ୍ରି-ଇନଷ୍ଟଲ୍ଡ ଆପ୍ସ ଓ ‘ସ୍ମାର୍ଟ ରିସୋର୍ସ ଅପ୍ଟିମାଇଜର୍’
ଏତେ ଶକ୍ତିଶାଳୀ ହାର୍ଡୱେର୍ ଥାଇ ମଧ୍ୟ ବେଳେବେଳେ କମ୍ପ୍ୟୁଟରଟି ହ୍ୟାଙ୍ଗ୍ ହୋଇଯାଉଥିବାର ଦେଖିବାକୁ ମିଳୁଥିବା । ଏହାର ମୁଖ୍ୟ କାରଣ ହେଉଛି ଡିଭାଇସ୍ରେ ପୂର୍ବରୁ ଇନଷ୍ଟଲ୍ ହୋଇଥିବା ପ୍ରାୟ ୧୭ଟି HP ଆପ୍ ଏବଂ ଅନ୍ୟାନ୍ୟ ଆପ୍ସ। ତେବେ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରୁଥିଲା HP ର ନିଜସ୍ୱ ଫିଚର୍‘ସ୍ମାର୍ଟ ରିସୋର୍ସ ଅପ୍ଟିମାଇଜର୍’। ଏହି ଫିଚର୍କୁ ବନ୍ଦ କରିଦେବା ପରେ କମ୍ପ୍ୟୁଟରର ସ୍ପିଡ୍ ବହୁତ ବଢ଼ିଯାଇଥିଲା ଏବଂ ହ୍ୟାଙ୍ଗ୍ ହେବା ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯାଇଥିଲା।
୪. ପୋର୍ଟ ଡିଜାଇନରେ ଥିବା ତ୍ରୁଟି
Also Read:ଯୋଗାଣ ସାମଗ୍ରୀ ପ୍ରଦାନ ନେଇ ମହାଭାରତ, ତଦନ୍ତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ
ଡିଭାଇସ୍ର ପଛପଟେ ଥିବା ଦୁଇଟି ଟାଇପ୍-ସି ପୋର୍ଟ ପରସ୍ପରର ଖୁବ୍ ପାଖାପାଖି ରହିଛି। ଯଦି ଆପଣ ମନିଟର୍ ସଂଯୋଗ କରିବା ପାଇଁ ଗୋଟିଏ ପୋର୍ଟ ବ୍ୟବହାର କରନ୍ତି, ତେବେ ତା’ ପାଖରେ ଥିବା ଅନ୍ୟ ପୋର୍ଟଟିର ସ୍ଥାନ ଏତେ ସଂକୀର୍ଣ୍ଣ ହୋଇଯାଏ ଯେ ସେଥିରେ ଅନ୍ୟ କୌଣସି ପେନଡ୍ରାଇଭ୍ ବା ମାଉସ୍ ଡଙ୍ଗଲ୍ ଲଗାଇବା କଷ୍ଟକର ହୋଇପଡ଼େ। ଏଥିପାଇଁ ଆପଣଙ୍କୁ ଅଲଗା ଏକ ଆଡାପ୍ଟର କିଣିବାକୁ ପଡ଼ିପାରେ।
ବଜାରରେ ଏହି ନୂତନ ଭାବେ ଆସିଥିବା ଟେକ୍ ଗ୍ୟାଜେଟର ଅନେକ ଭଲ ଫିଚର ଥିବା ବେଳେ ଅନେକ ଅପକାରିତା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହାକୁ ନେଇ କମ୍ପାନୀ କଣ ପ୍ରତିକ୍ରିୟା ରଖୁଛି ଏବଂ କିପରି ଏହାର ସମାଧାନ କରୁଛି ତାହା ଦେଖିବା ବାକି ରହିଲା ।
