Voice of Eastern India

ଗାଁ ପାଖରେ ବୁଲୁଛି ବାଘ : ଦୁଇ ଗୋରୁଙ୍କୁ ମାରି ଖାଇଲା, ଭୟରେ ଲୋକେ


କରଞ୍ଜିଆ,|୦୬ସାବଧାନ ! ବାଘ ବୁଲୁଛି । ଶିକାର କରୁଛି । ମାରୁଛି ଗାଈ । ଗାଁ ଲୋକେ ଭୟରେ ତାଟି କବାଟ ପକେଇ ଦେଲେଣି । ବାଘ ଗାଁ ନିକଟକୁ ଆସିବା ପରେ ଆତଙ୍କିତ ଅବସ୍ଥାରେ ଗାଁ ଲୋକେ ।

ପୁଣି ଶିମିଳିପାଳ ପାଦଦେଶରେ ଥିବା ଗାଁ ନିକଟରେ ବାଘ ଆତଙ୍କ ଦେଖାଦେଇଛି । ବାଘଟି ଦୁଇଟି ଗୋରୁଙ୍କୁ ମାରିଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ଏପରି ଘଟଣା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅନ୍ତର୍ଗତ ଟମକଶିଳା ଗାଁରେ କୋକୁଆ ଭୟ ସୃଷ୍ଟି କରିଛି ।

ଲୋକଙ୍କ କହିବାନୁସାରେ, ଗାଁ ନିକଟ ଜଙ୍ଗଲରେ ଦୁଇ ଗୋରୁଙ୍କୁ ବାଘ ମାରିଥିବା ସେମାନେ ସନ୍ଦେହ କରୁଛନ୍ତି । ମୃତ ଗୋରୁଙ୍କ ନିକଟରେ କିଛି ପାଦ ଚି଼ହ୍ନ ପଡିଛି । ସେମାନଙ୍କୁ ବାଘ ମାରିଥିବା ପାଦ ଚିହ୍ନରୁ ଆଶଙ୍କା କରାଯାଉଛି । ତେବେ ଘଟଣାସ୍ଥଳରେ ବନବିଭାଗ ପହଁଞ୍ଚିବା ପରେ ହିଁ କିଏ ଶିକାର କରିଛି ତାହା ସ୍ପଷ୍ଟ ହୋଇପାରିବ। ତେବେ ବାଘ ବୁଲୁଥିବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଗୋଟେ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।



Source link

Leave A Reply

Your email address will not be published.